ଦେଶରାଜ୍ୟ

୨୭ରେ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା

ସତ୍ୟଶିଖା(ଭୁବନେଶ୍ୱର )୧୫.୦୯ .୨୦୨୧: ଆସନ୍ତା ୨୭ରେ ଭାରତ ବନ୍ଦ ନେଇ କଂଗ୍ରେସ ଭବନରେ ସର୍ବଦଳୀୟ ବୈଠକ ହୋଇଛି । ଏଥିରେ ବିଭିନ୍ନ ବାମପନ୍ଥୀ ଦଳ ସାମିଲ ହୋଇଥିଲେ । ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି  ୨୭ରେ ସଂଯୁକ୍ତ କିଶାନ ମୋର୍ଚ୍ଚା ଦ୍ଵାରା ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମ୍ପୂର୍ଣ୍ଣ ସମର୍ଥନ ଦିଆଯିବ। ଏହା ସହ ସର୍ବଦଳୀୟ ବୈଠକ ନିଷ୍ପତ୍ତି ଅନୁସାରେ ୨୩ରେ ଏକ ଧାରଣା ଦିଆଯିବ। ମରୁଡ଼ି, ବନ୍ୟା ଏବଂ ବିଦ୍ୟୁତ ଶୁକ୍ଳ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ୧୧ ଟାରୁ ଦିନ ଗୋଟାଏ ପର୍ୟ୍ୟନ୍ତ ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦେବ କଂଗ୍ରେସ ।

ଓଡ଼ିଶାରେ ମରୁଡି,ବନ୍ୟା,ସର୍ବଭାରତୀୟ ସ୍ତରରେ ଦରଦାମ ବୃଦ୍ଧି ପ୍ରତିବାଦରେ ୨ ଘଣ୍ଟିଆ ବିଦ୍ରୋହ କରିବ ରାଜ୍ୟ କଂଗ୍ରେସ। ୨୩ ତାରିଖରେ ମାଷ୍ଟର କ୍ୟାଣ୍ଟିନ ଛକରେ ୨ ଘଣ୍ଟିଆ ପ୍ରତିବାଦ ଆନ୍ଦୋଳନ କରିବ କଂଗ୍ରେସ । ଏହି ପ୍ରତିବାଦରେ ବିଭିନ୍ନ ଦଳ ସାମିଲ ହେବେ । ସିପିଆଇଏମ,ସିଇଆଇ,ଆରଜେଡି ଭଳି ଅନ୍ୟ ଦଳ ମାନେ କଂଗ୍ରେସକୁ ସମର୍ଥନ କରିବେ। ୨୭ ତାରିଖରେ ମଧ୍ୟ ଭାରତ ବନ୍ଦରେ ସାମିଲ ହେବେ । ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ସିପିଏମ, ସିପିଆଇ, ସିପିଆଇଏମ,ସିପିଆଇଏମଏଲ, ରାଜେଡି, ଆଇଏନସି, ସମାଜବାଦୀପାର୍ଟି, ଓ ଏନସିପିର ନେତୃବୃନ୍ଦ ଯୋଗ ଦେଇଥିଲେ ।

Show More
Back to top button