

ସତ୍ୟଶିଖା (ଖୋର୍ଦ୍ଧା) ୨୯/୧୨/୨୦୨୦ : ପୁଣି ଧରାପଡ଼ିଲା ଧଳା ଜହର । ଖୋର୍ଦ୍ଧାରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଦ୍ୱାରା ୩୫୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏହାର ଆନୁମାନିନ ମୂଲ୍ୟ ୨୫ ଲକ୍ଷରୁ ଅଧିକ ଟଙ୍କାର ହେବ । ବ୍ରାଉନସୁଗାରକୁ ନେଇ ଡିଲ୍ ଚାଲୁଥିବା ବେଳେ ଡ଼ିଲର ଜଣଙ୍କୁ ଗିରଫ କରାଯାଇଛି । ଏହି ବ୍ରାଉନସୁଗାରକୁ ଜଳେଶ୍ୱରରୁ ଆଣି ଖୋର୍ଦ୍ଧା ଜଙ୍କିଆରେ ଡିଲ୍ କରାଯାଉଥିବା ବେଳେ ବ୍ରାଉନସୁଗାର ସହ ଜଣଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି ।