ଧର୍ମପର୍ଯ୍ୟଟନରାଜ୍ୟ

ଶରଧା ବାଲିରେ ମହାପ୍ରଭୁ, କୋହଳ ହେଲା କର୍ଫ୍ୟୁ କଟକଣା

ସତ୍ୟଶିଖା(ଭୁବନେଶ୍ୱର) ୧୩.୦୭.୨୦୨୧: କରୋନା ସମୟରେ କଟକଣାଯୁକ୍ତ ରଥ ଯାତ୍ରା ପାଇଁ ଗତ ୧୧ ତାରିଖ ରାତିରୁ ପୁରୀ ସହରରେ ୨ ଦିନ ପାଇଁ ଲାଗୁ ହୋଇଥିଲା କର୍ଫ୍ୟୁ। ଏହି   କଟକଣା ଆଜି ରାତି ୮ଟା ଯାଏ ଲାଗୁ ହୋଇଥିଲା। ହେଲେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତିକୁ ସାମାନ୍ୟ କୋହଳ କରାଯାଇଛି।

ଗତକାଲି ସନ୍ଧ୍ୟା ପୂର୍ବରୁ ୩ ରଥ ଶରଧା ବାଲିରେ ପହଞ୍ଚି ସାରିଥିବା ବେଳେ ସମଗ୍ର ପୁରୀ ସହର ପାଇଁ ଆଜି ରାତି ୮ ଯାଏଁ ଜାରି କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି। କେବଳ ଶରଧାବାଲି ସନ୍ନିକଟ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର  ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ ଦୃଷ୍ଟିରୁ  ଗୁଣ୍ଡିଚା ମନ୍ଦିର ପାଖରେ ୧୪ ତାରିଖ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ବାନାମ୍ବର ଛକରୁ ମାଟିଆପଡ଼ା ଛକ, ମାଟିଆପଡ଼ା ଛକରୁ ଆଶୁତୋଷ ମଠ ଛକ;  ଆଶୁତୋଷ ମଠ ଛକରୁ ନୀଳକଣ୍ଠ ମନ୍ଦିର ଛକ ଯାଏଁ କର୍ଫ୍ୟୁ କଟକଣା ବଳବତ୍ତର ରହିବ।  ସେହିପରି ନୀଳକଣ୍ଠ ମନ୍ଦିର ଛକରୁ ବଡ଼ ଶଙ୍ଖ ଯାଏଁ ବଳବତ୍ତର ରହିବ କର୍ଫ୍ୟୁ। ଏହି ସବୁ ଅଞ୍ଚଳରେ ଦୋକାନ ବଜାର ଓ ବାଣିଜ୍ୟିକ  ପ୍ରତିଷ୍ଠାନ ବନ୍ଦ ରହିବ।

Show More
Back to top button