ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୨୨୧ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଧୀରେ ଧୀରେ ରାଜ୍ୟରେ ଦୈନକ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୧ଜଣ ସଂକ୍ରମିତ ଥିବା ସୂଚନା ଦିଆଯାଇଛି । ଆଜିର ସମସ୍ତ ଆକ୍ରାନ୍ତ ସଙ୍ଗରୋଧରୁ ୧୨୯ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୯୨ଜଣ ରହିଥିବା ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆଜି ଚିହ୍ନଟ ହୋଇଥିବା ସମସ୍ତ ୨୨୧ ଆକ୍ରାନ୍ତ ରାଜ୍ୟର ୨୩ ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି । ୭ଜିଲ୍ଲା କରୋନା ମୁକ୍ତ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଅନୁଗୁଳରୁ ୧, ବାଲେଶ୍ୱରରୁ ୩, ବରଗଡ଼ରୁ ୨, ବଲାଙ୍ଗୀରରୁ ୧୪, ବୌଦ୍ଧରୁ ୨, କଟକରୁ ୧୨, ଦେବଗଡ଼ରୁ ୨, ଯାଜପୁରରୁ ୬, ଝାରସୁଡ଼ାରୁ ୪, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୧, କୋରାପୁଟରୁ ୧, ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୧୩, ନୟାଗଡ଼ରୁ ୩, ନୂଆପଡ଼ାରୁ ୯, ପୁରୀରୁ ୧, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୫, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୩୫ ଓ ଷ୍ଟେଟପୁଲରୁ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୦୫ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୯୯୪ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Show More
Back to top button