

ସତ୍ୟଶିଖା (ଜୟପୁର) ୧୪.୧୨.୨୦୨୦ : ଶନିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ପାତ୍ରପୁଟ ପୋଲ ନିକଟରେ ଜୟପୁର ସଦର ପୁଲିସ ଚୋରା ଚାଲାଣ ହେଉଥିବା ୨୦୮ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ହରିୟାଣା ଅନ୍ତର୍ଗତ ସୋନିପତ ଜିଲ୍ଲାର ୩୨ ବର୍ଷିୟ ପ୍ରଦୀପ, ଉତ୍ତରପ୍ରଦେଶ ଅନ୍ତର୍ଗତ ଶାମିଲ ଜିଲ୍ଲାର ୩୨ ବର୍ଷିୟ ମୋନୁ କୁମାର ଏବଂ ଖନ୍ଧାଲା ଜିଲ୍ଲାର ୨୪ ବର୍ଷିୟ ମହମ୍ମଦ ଆବିଦ ।