ଦେଶରେ ୨୦, ୪୦୮ ନୂଆ ଆକ୍ରାନ୍ତ ; ଆରୋଗ୍ୟ ହାର ୯୮.୪୮%

ସତ୍ୟଶିଖା( ନୂଆଦିଲ୍ଲୀ )୩୦.୦୭ . ୨୦୨୨:  ଦେଶରେ କରେନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବୃଦ୍ଧି ତ ଦିନେ ହ୍ରାସ ହେଉଛି। ୨୪ ଘଣ୍ଟାରେ ଆଉ ୨୦ ହଜାର ୪୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୦,୦୦,୧୩୮କୁ ବୃଦ୍ଧି ପାଇଛି। ଆଉ ୨୦,୯୫୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୪,୩୩,୩୦,୪୪୨ରେ ପହଞ୍ଚିଛି। ଆରୋଗ୍ୟ ହାର ୯୮.୪୮%। ସେହିପରି ଚିିକିତ୍ସାଧୀନ ଅବସ୍ଥାରେ ଆଉ ୫୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁହାର ୧.୨୦%। ଦୈନିକ ସଂକ୍ରମଣ ହାର ୫.୦୫%।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଆଉ ୧,୪୩,୩୮୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୩୩%। ସପ୍ତାହିକ ସଂକ୍ରମଣ ହାର ୪.୯୨%। ଏଯାଏଁ ୨୦୩ .୯୪ କୋଟି ଟିକାକରଣ କରାଯାଇଛି।

Exit mobile version