ସତ୍ୟଶିଖା ୧୨/୦୨/୧୦୨୧ : ୧୮ ଫେବ୍ରୁଆରୀରେ ୨୦୨୧ ଆଇପିଏଲ୍ ଅକ୍ସନ । ଏଥର ନିଲାମିରେ ଅଂଶଗ୍ରହଣ କରୁଛନ୍ତି ୨୯୨ ଖେଳାଳି । ଚେନ୍ନାଇରେ ଆସନ୍ତା ୧୮ ତାରିଖରେ ହେବ ଏହି ଅକ୍ସନ । ଏହି ଅବସରରେ ୨ କୋଟି ପ୍ରାଇସ୍ ବର୍ଗରେ ସ୍ଥାନ ପାଇଛନ୍ତି ୪ ଜଣ ଖେଳାଳି । ହରଭଜନ ସିଂ , କେଦାର ଯାଦବ , ଷ୍ଟିଭେନ୍ ସ୍ମିଥ୍ ଏବଂ ଗ୍ଲେନ୍ ମାକ୍ସୱେଲ୍ ମଧ୍ୟ ୨ କୋଟି ବେସ୍ ପ୍ରାଇସ୍ ବର୍ଗରେ ରହିଛନ୍ତି ।
ଚଳିତ ଥର ଖେଳାଳି ନିଲାମି ପାଇଁ ଖେଳାଳିଙ୍କ ସଂଖ୍ୟାରେ ହ୍ରାସ କରିଛି ଆଇପିଏଲ ପରିଚାଳନା ବୋର୍ଡ । ଏଥର ୨୯୨ ଖେଳାଳି ନିଲାମିରେ ଅଂଶଗ୍ରହଣ କରିବେ । ଆଗାମୀ ଆଇପିଏଲରେ ୮ଟି ଟିମ୍ ୬୧ଟି ସ୍ଥାନ ପୂରଣ ପାଇଁ ଏହି ଅକ୍ସନରେ ଭାଗ ନେବେ । ଏହି ନିଲାମିରେ ୧୬୪ ଭାରତୀୟ କ୍ରିକେଟର, ୧୨୫ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଆରସିବିରେ ସବୁଠାରୁ ଅଧିକ ୧୩ଟି ସ୍ଥାନ ଖାଲି ରହିଛି । ସନରାଇଜର୍ସ ହାଇଦ୍ରାବାଦ ୩ ଜଣ ଖେଳାଳିଙ୍କୁ କିଣିପାରିବ । କିଙ୍ଗସ ଇଲେଭେନ୍ ପଂଜାବ ସବୁଠାରୁ ଅଧିକ ୫୩ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ କରି ଖେଳାଳି କିଣିବ । ଚେନ୍ନାଇ ସୁପରକିଙ୍ଗସ୍ ୮ଟି ସ୍ଥାନ ପାଇଁ ୨୨ କୋଟି ୭୦ ଲକ୍ଷ ଖର୍ଚ କରି ଖେଳାଳି କିଣିବ । ଚଳିତ ବର୍ଷ ଚେନ୍ନାଇ ହରଭଜନ ଓ କେଦାର ଯାଦବଙ୍କ ହାତ ଛାଡିଛି । ହାଇଦ୍ରାବାଦ ୧୧ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ କରି ଖେଳାଳି କିଣିବ ।