ପରଦା ଫାସ ହେଲା ‘ଆରୋଗ୍ୟ ସେତୁ’ ଆପର ଶେଷରେ ସ୍ପଷ୍ଟୀକରଣ ରଖିଲେ ସରକାର

ସତ୍ୟଶିଖା (ନୂଆଦିଲ୍ଲୀ) ୨୯/୧୦/୨୦୨୦ : ‘ଆରୋଗ୍ୟ ସେତୁ’ ଆପ୍ କିଏ ତିଆରି କରିଛି? ଏନେଇ ଜାତୀୟ ସୂଚନା କମିଶନ ସହ ବିବାଦ ଉପୁଜିବା ପରେ ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଏବେ ସାମ୍ନାକୁ ଆସିଛି । ସରକାର କହିଛନ୍ତି କରୋନା ଭାଇରସ ବିରୋଧରେ ଲଢ଼ିବା ପାଇଁ ସାର୍ବଜନିକ ଘରୋଇ ସହଯୋଗ ଦ୍ବାରା ଆରୋଗ୍ୟ ସେତୁ ଆପ୍ ତିଆରି କରାଯାଇଛି । ଏହା ସହ ଏହାକୁ ଖୁବ ପାରଦର୍ଶୀ ଭାବେ ବିକଶିତ କରାଯାଇଥିଲା । ସରକାର କହିଛନ୍ତି ଆରୋଗ୍ୟ ସେତୁ ଆପକୁ ପ୍ରାୟ ୨୧ ଦିନରେ ବିକଶିତ କରାଯାଇ ଥିଲା । ସରକାରଙ୍କ ତରଫରୁ କୁହାଯାଇଥିଲା ଆରୋଗ୍ୟ ସେତୁ ଆପରେ କୌଣସି ସନ୍ଦେହ ସୃଷ୍ଟି ହେବା କଥା ନୁହେଁ ଓ ଭାରତରେ କୋଭିଡ ମହାମାରୀ ରୋକିବା ଦିଗରେ ଏହାର ଗୁରୁତ୍ବପୂଣ୍ଣ ଭୂମିକା ରହିଛି ।କେନ୍ଦ୍ର ସୂଚନା କମିଶନ ମଙ୍ଗଳବାର ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନଆଇସି)କୁ ଉତ୍ତର ମାଗିଥିଲା ଯେ ଆରୋଗ୍ୟ ସେତୁ ଆପରେ ତାଙ୍କ ନାଁ ଅଛି କି ନାହିଁ । ଯଦି ଅଛି ତାହେଲେ ଆପ୍ ଡେଭଲପମେଣ୍ଟକୁ ନେଇ ସବିଶେଷ ତଥ୍ୟ କାହିଁକି ନାହିଁ । ତେଣୁ ଏନଆଇସି ଓ ବିଭିନ୍ନ ମୁଖ୍ୟ ସୁଚନା ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ସିଆଇସି । ସୂଚନାଯୋଗ୍ୟ କରୋନାଭାଇରସ ମଧ୍ୟରେ କଣ୍ଟାକ୍ଟ ଟ୍ରେସିଂ ବ୍ୟବହାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରୋଗ୍ୟ ସେତୁ ଆପକୁ ଅଗ୍ରାଧିକାର ଦିଆଯାଇଥିଲା । ତେବେ ଆରୋଗ୍ୟ ସେତୁ ଆପ ଓ୍ବେବସାଇଟ କହୁଛି ଏହାକୁ ନାସନାଲ ଇନଫରମେଟିକ୍ସ ସେଣ୍ଟର ଓ ଆଇଟି ମନ୍ତ୍ରାଳୟ ବିକଶିତ କରିଥିଲା ।