ଦେଶନ୍ୟୁଜ୍ବିଦେଶ

ଫୋବର୍ସ ପତ୍ରିକାରେ ୨ ଓଡ଼ିଆ

ସତ୍ୟଶିଖା(ନୂଆଦିଲ୍ଲୀ ) ୨୦.୦୧.୨୦୨୨ : ବିଶ୍ୱର ପ୍ରସିଦ୍ଧ ପତ୍ରିକା ଫୋବର୍ସ ତା’ର ୧୦୦ଜଣିଆ ଶ୍ରେଷ୍ଠ ପିପୁଲ୍‌ସ ମ୍ୟାନେଜର ତାଲିକା ପ୍ରକାଶ କରିଛି। ପ୍ରକାଶିତ ତାଲିକାରେ ଓଡ଼ିଶାର ଗୋବିନ୍ଦ ପଟ୍ଟନାୟକ ଓ ଦିବ୍ୟଜ୍ୟୋତି ପଟ୍ଟନାୟକ ସ୍ଥାନ ପାଇଛନ୍ତି। ଦେଶର ୨୮ଟି ରାଜ୍ୟ ତଥା ଓଡ଼ିଶାର ସମସ୍ତ ବ୍ଲକରେ ସାଧାରଣ ମହିଳା ଓ ଜନତାଙ୍କ ଆର୍ଥିକ ସ୍ଥିତି ସୁଧାରିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବା ଅନ୍ନପୂର୍ଣ୍ଣା ଫାଇନାନ୍ସର ପରିଚାଳନା ନିର୍ଦେଶକ ଗୋବିନ୍ଦ ପଟ୍ଟନାୟକ ଓ ନିର୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାୟ ୨୫ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ସିଧାସଳଖ ନିଯୁକ୍ତି ଦେଇଥିବା ବେଳେ ପରୋକ୍ଷ ଭାବରେ ଲକ୍ଷ ଲକ୍ଷ ମହିଳା ସଂଗଠନର ସଦସ୍ୟଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛି। ଅନ୍ୟପଟରେ ନିର୍ଦେଶକ ଶ୍ରୀ ପଟ୍ଟନାୟକଙ୍କ ମିଶନ ଆଶ୍ରା, ମିଶନ ଆଶା ଆଲୋକ ଓ ଆମଘର ଭଳି ସାମାଜିକ ସହାୟତା ଅନୁଷ୍ଠାନ ଦ୍ୱାରା ଅସହାୟ ଲୋକ ସେବା ପାଉଛନ୍ତି । ବିଶ୍ୱର ପ୍ରସିଦ୍ଧ ପତ୍ରିକା ଫୋବର୍ସ ତାଲିକାରେ ଏହି ଦୁଇ ଓଡ଼ିଆଙ୍କ ନାମ ସ୍ଥାନିତ ହୋଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମତପ୍ରକାଶ ପାଇଛି।

Show More
Back to top button