

ସତ୍ୟଶିଖା( ନୂଆଦିଲ୍ଲୀ )୦୨.୦୫.୨୦୨୨ : ଦେଶରେ ଏବେ ବିଜୁଳି ସଙ୍କଟ ନେଇ କଳ୍ପନା ଜଳ୍ପନା ଜାରି ରହିଛି । କେତେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ବିଦ୍ୟୁତ କାଟ୍ ସମସ୍ୟା ବି ଦେଖାଦେଇଛି । ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଘରେ ଚାଲିଛି ସମୀକ୍ଷା ବୈଠକ । ଏହି ସମସ୍ୟାର ନିଷ୍କର୍ସ ବାହାରି ପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।
ସୂଚନା ମୁତାବକ ଏହି ବୈଠକରେ ଶକ୍ତି ମନ୍ତ୍ରୀ ଆରକେ ସିଂହ, ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଏବଂ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଉପସ୍ଥିତ ଅଛନ୍ତି । କୋଇଲା ସଙ୍କଟ କାରଣରୁ ବିଜୁଳି ସଙ୍କଟ ଦେଖାଦେଇଛି ।
ଏହାକୁ ନେଇ ବିରୋଧି ମଧ୍ୟ ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ବିଜୁଳି ସଙ୍କଟକୁ ନଜରରେ ରଖି କୋଇଲା ମାଲ ପରିବହନ ଟ୍ରାଫିକ୍ ବୃଦ୍ଧି ପାଇଁ ରେଳବାଇ ଏ ପର୍ଯ୍ୟନ୍ତ ପ୍ରାୟ ୫୦ଟି ଯାତ୍ରୀବାହୀ ଟ୍ରେନ୍ ବାତିଲ୍ କରିଛି। ଏହି କାରଣରୁ ଛତିଶଗଡ, ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଝାଡଖଣ୍ଡ ଭଳି କୋଇଲା ଉତ୍ପାଦନ କରୁଥିବା ରାଜ୍ୟରୁ ଯାତାୟାତ କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।