ରାଜ୍ୟ

କଟକରୁ ୨ କେଜି ସୁନା ଜବତ

ସତ୍ୟଶିଖା(କଟକ) ୧୫.୦୭.୨୦୨୧: କଟକରେ ବେଆଇନ ସୁନାକାରବାର ହେଉଥିବା ଘଟଣା ସାମନାକୁ ଆସିଛି । ତେବେ ଗ୍ରାମ ଓଜନରେ ନୁହେଁ କେଜି ଓଜନର ସୁନା ଜବତ କରାଯାଇଛି । ମୋଟ ୨ କେଜି ଓଜନର ସୁନା ଜବତ କରାଯାଇଛି । କମିଶନରେଟ ପୁଲିସ ଏହି ସୁନା ଜବତ କରିଛି ।

ଜଣେ ବ୍ୟକ୍ତିଙ୍କ ଘରୁ ପୁଲିସ ଏହି ସୁନା ଜବତ କରିଛି । ପଞ୍ଜାବରୁ ସୁନା ଆଣି ଜିଏସଟି ଫାଙ୍କି ବିକ୍ରି କଲା ବେଳେ ପୁଲିସ  ଏହାକୁ ଜବତ କରିଛି ।  ଏନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ତେବେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନି । କେବଳ ଫାଇନ ଆଦାୟ ହୋଇଥିବା କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

Show More
Back to top button