କୁଜଙ୍ଗରେ ପୁଣି ୨ ଘାଇ, ତିର୍ତ୍ତୋଲର ୯ ଓ କୁଜଙ୍ଗର ୩ ପଞ୍ଚାୟତ ଜଳମଗ୍ନ

ସତ୍ୟଶିଖା( ପାରାଦୀପ )୧୭ .୦୮. ୨୦୨୨: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ବ୍ଲକରେ ପୁଣି ୨ ଘାଇ। ଗତକାଲି ଦୁଇଟି ଘାଇ ହୋଇଥିବା ବେଳେ ଆଜି ଆଉ ୨ ଘାଇ ସୃଷ୍ଟି ହେବା ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ମହାନଦୀର ରାହାମା ନିକଟ ତେରମାଣପୁର ଘେରିବନ୍ଧରେ ଓ ପାଇକା ନଦୀର କାଠକୋଟ ଗାଁ ନିକଟରେ ଘାଇ ହୋଇଛି।

ରାହାମା ନିକଟ ତେରମାଣପୁର ଘେରିବନ୍ଧରେ ପ୍ରାୟ ୬୦ ଫୁଟର ଘାଇ ହୋଇଛି। ଫଳରେ ମହାନଦୀର ବନ୍ୟା ଜଳ ତେରମାଣପୁର ଏବଂ କୋଟସାହି ଗ୍ରାମରେ ପ୍ରବେଶ କରିଛି। ଫଳରେ ଦୁଇ ଗାଁର ପ୍ରାୟ ୨ ଶହ ପରିବାର ପାଣି ଘେରରେ ରହିଛନ୍ତି। ଘାଇ ହୋଇ ହଠାତ ବନ୍ୟାଜଳ ପ୍ରବେଶ କରିବାରୁ ଲୋକଙ୍କୁ ସହାୟତା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଗୋଟିଏ ଟିମ ପହଞ୍ଚିଛି।

ସେହପରି ପାଇକା ନଦୀର କାଠକୋଟ ଗାଁ ନିକଟରେ ପ୍ରାୟ ୩୦ ଫୁଟର ବିରାଟକାୟ ଘାଇ ହୋଇଛି। ଘାଇ ଯୋଗୁ ୧୨ ପଞ୍ଚାୟତରେ ପଶିଛି ପାଣି। ତିର୍ତ୍ତୋଲ ୯ ଓ କୁଜଙ୍ଗର ୩ ପଞ୍ଚାୟତ ଜଳମଗ୍ନ ହେଇଛି। ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।

Exit mobile version