ଶିକ୍ଷା

ଆଜିଠୁ +୨ ପରୀକ୍ଷା, କପି ରୋକିବାକୁ ୫ ସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା l

ସତ୍ୟଶିଖା : ୧୮/୦୨/୨୦୨୫ : ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ପରୀକ୍ଷା । କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍ ଏବଂ ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା । ପ୍ରଶ୍ନ ପତ୍ର ଲିକ୍‌ ବା ଗୁଜବ କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି  ।

ପ୍ରଥମ ଦିନ ବିଜ୍ଞାନ ଛାତ୍ରଛାତ୍ରୀ ମାତୃଭାଷା ଓଡ଼ିଆ ବିଷୟରେ ପରୀକ୍ଷା ଦେବେ । ୧୯ ତାରିଖରୁ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୨୭ ଯାଏ ପରୀକ୍ଷା ଚାଲିବାକୁ ଥିବାବେଳେ ୧୨ ଶହ ୭୬ ସେଣ୍ଟରରେ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ।

କଳାରେ ୨ ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୭୨୧ ଛାତଛାତ୍ରୀ ପରୀକ୍ଷା ଦେବେ । ଦିନ ୧୦ଟାରୁ ଅପରାହ୍ନ ୧ଟା ଯାଏଁ ପରୀକ୍ଷା ଚାଲିବ । ମୋଟ ୨୨ଟି ସିଟିଂରେ ସମସ୍ତ ପରୀକ୍ଷା ହେବ ବୋଲି CHSE ପକ୍ଷରୁ କୁହାଯାଇଛି ।

କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍ ଏବଂ ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି । ପରୀକ୍ଷା ସରିବା ୪୫ ଦିନ ଭିତରେ ରେଜଲ୍ଟ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଶ୍ନପତ୍ର ଲିକ୍‌ ବା ଗୁଜବ କଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଥର କୌଣସି ସିଲାବସ୍ ବଦଳି ନାହିଁ, କେବଳ ପାର୍ଟନ ବଦଳିଛି ବୋଲି ସୂଚନା ମିଳିଛି । CBSE ପାର୍ଟନରେ ପରୀକ୍ଷା ହେବାକୁ ଯାଉଥିବା ବେଳେ, ସବଜେକ୍ଟିଭ ବଦଳରେ ଅବଜେକ୍ଟିଭକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

Show More
Back to top button