

ସତ୍ୟଶିଖା (ବାଲେଶ୍ୱର) ୧୯।୦୭: ସୋରୋ ବେଆଇନ୍ ଗୋରୁ ଚାଲାଣ ବେଳେ ୬୦ରୁ ଅଧିକ ଗୋରୁ ଉଦ୍ଧାର କରିଛି ପୋଲିସ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବେଗୁନିଆ ଗାଁରୁ ଉଦ୍ଧାର ହୋଇଥିବା ଗୋରୁ ସହିତ ୨ ଟି କଣ୍ଟେନର ମଧ୍ୟ ଜବତ କରାଯାଇଛି । ସୂଚନାଯୋଗ୍ୟ , ବେଆଇନ୍ ଭାବେ ଗୋରୁ ଚାଲାଣ ହେଉଥିବାର ଖବର ସିମୁଳିଆ ଥାନା ପୋଲିସ ପାଇଥିଲା । ଖବର ପାଇ ପୋଲିସ ଚଢାଉ କରିବା ବେଳେ ୨ଟି କଣ୍ଟେନରରୁ ୬୦ ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି । ତେବେ ଉଦ୍ଧାର ହୋଇଥିବା ଗୋରୁଙ୍କୁ ନିକଟରେ ଥିବା ଏକ ପଡିଆରେ ରଖାଯାଇଛି । ଆଗାମୀ ଦିନରେ ଏଭଳି ବେଆଇନ ଗୋରୁ ଚାଲାଣ କୁ କିପରି ରୋକାଯିବ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି I