ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୧୨/୨୦୨୦ : ଆଜି ହେଉଛି ବିଜୟ ଦିବସ । ୧୯୭୧ ମସିହାରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧରେ ବିଜୟ ପ୍ରାପ୍ତିର ୫୦ତମ ବାର୍ଷିକୀ ପାଳନ କରୁଛି ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ୱାର ମେମୋରିଆଲରେ ୧୯୭୧ ଯୁଦ୍ଧର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ୧୯୭୧ ମସିହା ପାକିସ୍ତାନ ବିପକ୍ଷ ଯୁଦ୍ଧକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ବର୍ଣ୍ଣିମ ‘ବିଜୟ ଜ୍ୟୋତି ଯାତ୍ରା’ର ଶୁଭାରମ୍ଭ କରିଛନ୍ତି । ଏଥି ସହିତ ୧୯୭୧ ଭାରତ-ପାକ୍ ଯୁଦ୍ଧକୁ ୫୦ବର୍ଷ ପୂର୍ତ୍ତି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ‘ସୁବର୍ଣ୍ଣ ବିଜୟ ବର୍ଷ’ ପାଇଁ ଲୋଗୋ ଉନ୍ମୋଚନ କରିଥିଲେ ।
୧୯୭୧ ଭାରତ-ପାକ୍ ଯୁଦ୍ଧକୁ ୫୦ବର୍ଷ ପୂର୍ତ୍ତି
