ସତ୍ୟଶିଖା (ଚୁରୁ) ୦୭.୧୦.୨୦୨୦ : ରାଜସ୍ଥାନରେ ଗଣଦୁଷ୍କର୍ମ ମାମଲା ଥମିବାର ନାଁ ନେଉନାହିଁ । ଚୁରୁ ଜିଲ୍ଲାରେ ୧୯ ବର୍ଷୀୟ ଯୁବତୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିବା ମାମଲା ସାମ୍ନାକୁ ଆସିଛି । ଗଣଦୁଷ୍କର୍ମ ମାମଲାରେ ୯ ଯୁବକ ସାମିଲ ଅଛନ୍ତି ବୋଲି କୁହାଯାଉଛି । ଅଭିଯୁକ୍ତମାନେ ୮ ଦିନ ଯାଏଁ ପୀଡିତାଙ୍କୁ ଚୁରୁର ରାଜଗଡ, ଜୟପୁର ଓ ସିକରରେ ବନ୍ଧକ କରି ଗଣଦୁଷ୍କର୍ମ କରିଥିଲେ । ରାଜ୍ୟରେ ଦିନକୁ ଦିନ ବଢୁଥିବା ଦୁଷ୍କର୍ମ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଗହଲୋଟ ସରକାରଙ୍କୁ ଟାର୍ଗେଟ କରି ଏହାକୁ ଜଙ୍ଗଲରାଜର ସ୍ଥିତି ବୋଲି କହିଛନ୍ତି । ପୀଡିତାଙ୍କ ରିପୋର୍ଟରେ ରାଜଗଡ ପୋଲିସ ବିକ୍ରମ ପୁନିଆ, ଦେବେନ୍ଦ୍ର ପୁନିଆ, ବଣ୍ଟି, ରାହୁଲ, ଶୁଭମ, ହେମନ୍ତ, ମୁକେଶ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ସଂଗୀନ ଧାରାରେ ମାମଲା ରୁଜ୍ଜୁ କରିଛି | ପୋଲିସ ପୀଡିତାଙ୍କୁ ରାଜଗଡ଼ ରାଜକୀୟ ହସ୍ପିଟାଲରେ ମେଡିକାଲ ଯାଞ୍ଚ କରାଇଛି ।
୧୯ ବର୍ଷୀୟ ଯୁବତୀଙ୍କୁ ବନ୍ଧକ ରଖି ୮ ଦିନ ଯାଏଁ ଗଣଦୁଷ୍କର୍ମ, ୯ଜଣଙ୍କ ବିରୋଧରେ ମାମଲା l
