ଅପରାଧଜୀବନମନ୍ତ୍ରଦେଶନ୍ୟୁଜ୍ସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

୧୯ ବର୍ଷୀୟ ଯୁବତୀଙ୍କୁ ବନ୍ଧକ ରଖି ୮ ଦିନ ଯାଏଁ ଗଣଦୁଷ୍କର୍ମ, ୯ଜଣଙ୍କ ବିରୋଧରେ ମାମଲା l

ସତ୍ୟଶିଖା (ଚୁରୁ) ୦୭.୧୦.୨୦୨୦ : ରାଜସ୍ଥାନରେ ଗଣଦୁଷ୍କର୍ମ ମାମଲା ଥମିବାର ନାଁ ନେଉନାହିଁ । ଚୁରୁ ଜିଲ୍ଲାରେ ୧୯ ବର୍ଷୀୟ ଯୁବତୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିବା ମାମଲା ସାମ୍ନାକୁ ଆସିଛି । ଗଣଦୁଷ୍କର୍ମ ମାମଲାରେ ୯ ଯୁବକ ସାମିଲ ଅଛନ୍ତି ବୋଲି କୁହାଯାଉଛି । ଅଭିଯୁକ୍ତମାନେ ୮ ଦିନ ଯାଏଁ ପୀଡିତାଙ୍କୁ ଚୁରୁର ରାଜଗଡ, ଜୟପୁର ଓ ସିକରରେ ବନ୍ଧକ କରି ଗଣଦୁଷ୍କର୍ମ କରିଥିଲେ । ରାଜ୍ୟରେ ଦିନକୁ ଦିନ ବଢୁଥିବା ଦୁଷ୍କର୍ମ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଗହଲୋଟ ସରକାରଙ୍କୁ ଟାର୍ଗେଟ କରି ଏହାକୁ ଜଙ୍ଗଲରାଜର ସ୍ଥିତି ବୋଲି କହିଛନ୍ତି । ପୀଡିତାଙ୍କ ରିପୋର୍ଟରେ ରାଜଗଡ ପୋଲିସ ବିକ୍ରମ ପୁନିଆ, ଦେବେନ୍ଦ୍ର ପୁନିଆ, ବଣ୍ଟି, ରାହୁଲ, ଶୁଭମ, ହେମନ୍ତ, ମୁକେଶ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ସଂଗୀନ ଧାରାରେ ମାମଲା ରୁଜ୍ଜୁ କରିଛି | ପୋଲିସ ପୀଡିତାଙ୍କୁ ରାଜଗଡ଼ ରାଜକୀୟ ହସ୍ପିଟାଲରେ ମେଡିକାଲ ଯାଞ୍ଚ କରାଇଛି ।ପୋଲିସ ସୂତ୍ର ଅନୁଯାୟୀ, ପୀଡିତା ରାଜଗଡ଼ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି । ସେପ୍ଟେମ୍ବର ୨୪ ତାରିଖରେ ସେ ନିଜ ଗାଁରୁ ରାଜଗଡ଼ ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ସେଠାରେ ତାକୁ ବିକ୍ରମ ମିଳିଥିଲା । ବିକ୍ରମକୁ ସେ ଆଗରୁ ଚିହ୍ନିଥିଲେ। ବିକ୍ରମ ଏସଏସସି ଫର୍ମ ଭରିବା ବାହାନାରେ ଏକ କାରରେ ବସାଇଥିଲା । କାରରେ ଦେବେନ୍ଦ୍ର ଓ ଆଉ ଦୁଇଜଣ ଥିଲେ। ବିକ୍ରମ ପୀଡିତାଙ୍କୁ ରାଜଗଡ଼ରେ ହିଁ ଏକ ଘରକୁ ନେଇଯାଇଥିଲା । ସେଠାରେ ୪ଜଣ ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଅଭିଯୁକ୍ତମାନେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ମଧ୍ୟ ନେଇଥିଲେ । ଅଭିଯୁକ୍ତମାନେ ପୀଡିତାଙ୍କୁ ପାଟି ନ କରିବାକୁ ଡରାଇ ଧମକାଇଚୁପ କରାଇଥିଲେ । ଅଭିଯୁକ୍ତମାନେ ଯୁବତୀଙ୍କୁ ନିଶା ଦ୍ରବ୍ୟ ଖୁଆଇ ବେହୋସ ମଧ୍ୟ କରିଦେଇଥିଲେ । ଯେତେବେଳେ ତାଙ୍କୁ ହୋସ ଆସିଥିଲା ସେ ନିଜକୁ ଏକ କୋଠରୀରେ କଏଦ ଥିବା ପାଇଥିଲେ । ସେଠାରେ ଆଉ ୪ ଯୁବକ ପୂର୍ବରୁ ଥିଲେ । ସେମାନେ କହିଥିଲେ ବିକ୍ରମ ତାଙ୍କୁ ଏଠାରେ ଛାଡି ଯାଇଛି ଏବଂ ଜୟପୁରର ଏକ ହୋଟେଲରେ ଅଛି । ସେମାନେ ମଧ୍ୟ ଯୁବତୀଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ । ଏହାପରେ ମୁକେଶ ତାଙ୍କୁ ସପ୍ତାହେ ଯାଏଁ ବନ୍ଧକ କରି ଭିଡିଓ ଭାଇରାଲ କରିଦେବା ନେଇ ଧମକ ଦେଇ ଯୁବତୀଙ୍କ ସହ ବାରମ୍ବାର ଦୁଷ୍କର୍ମ କରୁଥିଲା ।ଏହାପରେ ଯୁବତୀଙ୍କୁ ସିକର ନିକଟସ୍ଥ ଏକ ଗାଁକୁ ନେଇଯାଇଥିଲେ । ଅକ୍ଟୋବର ୧ ତାରିଖରେ ପୋଲିସ ସେଠାରୁ ଯୁବତୀଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଅଭିଯୁକ୍ତମାନେ ଯୁବତୀଙ୍କୁ ଧମକ ଦେଇଥିଲେ ଯେ ସେମାନଙ୍କ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କଲେ ସେମାନେ ଭିଡିଓ ଭାଇରାଲ କରିଦେବେ ଓ ପରିବାର ଲୋକଙ୍କୁ ଜୀବନରେ ମାରିଦେବେ । ବଦନାମ ଭୟରେ ସେ ଚୁପ ଥିଲେ ପୀଡିତା ରିପୋର୍ଟରେ କହିଛନ୍ତି ।

Show More
Back to top button