ଦେଶନ୍ୟୁଜ୍ବିଦେଶ

ୟୁକ୍ରେନରୁ ଭାରତ ଫେରିଲେ ୧୮୨ ନାଗରିକ

ସତ୍ୟଶିଖା( ନୂଆଦିଲ୍ଲୀ )୨୪.୦୨.୨୦୨୨ : ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍‍ ମଧ୍ୟରେ ଜାରି ରହିଛି ତିକ୍ତତା । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋଷଣା ପରେ ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହୋଇଛି । ଆକ୍ରମଣାତ୍ମକ ମନୋଭାବ ମଧ୍ୟରେ ବହୁ ସଂଖ୍ୟକ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି । ସେମାନେ ନିରାପଦରେ ଘରକୁ ଫେରିବା ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି । ଗୋଟିଏ ଦିନ ପୂର୍ବରୁ, ୨୪୦ ଭାରତୀୟ ନିରାପଦରେ ଘରକୁ ଫେରିଥିଲେ । ଆଜି ୧୮୨ ଭାରତୀୟ ନାଗରିକଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀକୁ ନିଆଯାଇଥିଲା । ୟୁକ୍ରେନରେ ଶହ ଶହ ଭାରତୀୟ ଫସି ରହିଛନ୍ତି । ଭାରତରେ ୟୁକ୍ରେନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଜଣେ ଅଧିକାରୀ କହିଛନ୍ତି ଯେ ୟୁକ୍ରେନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ୟୁଆଇଏ ) ର ଏକ ସ୍ୱତନ୍ତ୍ର ବିମାନ ଆଜି ରାଜଧାନୀ କଳିଭରୁ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି ।
ଏହି ସମୟରେ, ୟୁକ୍ରେନରେ ସିଭିଲ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି। ନୋଟମ୍ (ଏୟାର ମିଶନ୍ ପାଇଁ ବିଜ୍ଞପ୍ତି) ଜାରି କରାଯାଇଛି । ଏୟାର ଇଣ୍ଡିଆର ଦ୍ୱିତୀୟ ସ୍ୱତନ୍ତ୍ର ବିମାନ ଏଆଇ-୧୯୪୭ ଆଜି ସକାଳେ ୟୁକ୍ରେନର ବୋରସପିଲ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଛି ।

Show More
Back to top button