ପାରାଦୀପଠାରୁ ୧୮୦ କି.ମି. ଦୂରରେ ଅଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତ

ସତ୍ୟଶିଖା (ଭୁବନେଶ୍ୱର) ୨୨/୧୦/୨୦୨୦ : ଓଡିଶାରେ ବାତ୍ୟା ଆଶଙ୍କା ନାହିଁ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆଇଏମଡି ଡିଜି ଆକଳନ ଅନୁଯାୟୀ ରାଜ୍ୟରେ ବଜ୍ରପାତ ସହ ବର୍ଷାର ଆଶଙ୍କା ରହିଛି । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ଡିଜି କହିଛନ୍ତି ।ସୂଚନାଯୋଗ୍ୟ ଯେ, ଉତ୍ତର-ପଶ୍ଚିମ ଏବଂ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଅବପାତ ପାରାଦ୍ବୀପଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୮୦ କି.ମି. ଦୂରରେ ରହିଛି । ଏହା ପଶ୍ଚିମବଙ୍ଗର ସାଗର ଦ୍ବୀପପୁଞ୍ଜଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୩୫୦ କି.ମି. ଏବଂ ବାଂଲାଦେଶର ଖେପୁପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୯୦ କି.ମି. ଦୂରରେ ରହିଛି ।ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସହ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତିକରି ଆସନ୍ତାକାଲି ଅର୍ଥାତ୍ ୨୩ ଅକ୍ଟୋବର ଅପରାହ୍ନ ସମୟରେ ସାଗର-ଦ୍ଵୀପପୁଞ୍ଜ ଏବଂ ବାଂଲାଦେଶର ଖେପୁପାରାଉପକୂଳରେ ଗଭୀର-ଅବପାତ ହୋଇ ଅତିକ୍ରମ କରିବାର ସମ୍ଭାବନା ରହିଛି ।

Exit mobile version