

ସତ୍ୟଶିଖା(ଭୁବନେଶ୍ୱର) ୧୨.୦୪.୨୦୨୧: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୭୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୧୫ କ୍ୱାରେଣ୍ଟାଇନ୍ ଓ ୭୨୬ଟି ହେଉଛି ଲୋକାଲ୍ କେସ୍ ରହିଛି।
ସୋମବାର ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ କରୋନା ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୦୪, ବାଲେଶ୍ୱରରୁ ୧୫୮, ସମ୍ବଲପୁରରୁ ୧୨୧ ଓ କଳାହାଣ୍ଡି ଜିଲ୍ଲାରୁ ୧୧୪ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରୁ ୯୭, ବଲାଙ୍ଗିରରୁ ୯୩, ନୂଆପଡ଼ାରୁ ୯୬ ଓ ନବରଙ୍ଗପୁର ୮୦ ଜଣ, ଅନୁଗୋଳ ୪୩ ଜଣ, ଭଦ୍ରକରୁ ୧୧, ବୌଦ୍ଧରୁ ୫, କଟକରୁ ୫୮, ଦେବଗଡ଼ରୁ ୯, ଢେଙ୍କାନାଳରୁ ୨, ଗଜପତିରୁ ୧୪, ଗଞ୍ଜାମରୁ ୯, ଜଗତସିଂହପୁରରୁ ୯, ଯାଜପୁରରୁ ୩୮, ଝାରସୁଗୁଡ଼ାରୁ ୪୩, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୫୩, କୋରାପୁଟରୁ ୯, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୩୯, ନୟାଗଡ଼ରୁ ୭, ପୁରୀରୁ ୫୪, ରାୟଗଡ଼ାରୁ ୩୫, ସୋନପୁର ୧୩ ଜଣ ଓ ଷ୍ଟେଟ୍ପୁଲ୍ରୁ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜିର ନୂଆ କେସ୍ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧,୩୦୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୪୦,୦୬୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯୨୫୯ ଜଣ ଚିକିତ୍ସାଧୀନ ଅଛନ୍ତି। ନୂଆପଡ଼ା ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୨୮ରେ ପହଞ୍ଚିଛି।