ବାଣିଜ୍ୟ

ନଗଦ କ୍ୟାସ୍ ଉପରେ ଲୋକଙ୍କ ବେଶୀ ଭରସା ଓ ପସନ୍ଦ

ସତ୍ୟଶିଖା (ନୂଆଦିଲ୍ଲୀ) ୨୦/୧୧/୨୦୨୦ :   ଡିଜିଟାଲ ଟ୍ରାଞ୍ଜାକ୍ସନକୁ ସରକାର ଫୋକସ୍ ଦେବା ସତ୍ତ୍ୱେ ଆଜି ବି ନଗଦ ଅର୍ଥର ଚାହିଦା ଅଧିକ ରହିଛି । ଦେଶରେ ଏଟିଏମରୁ କ୍ୟାସ୍ ଉଠାଣ ଏକ ରେକର୍ଡ ସ୍ତରରେ ପହଁଚିଛି । ଭାରତୀୟମାନେ ଥରକେ ଏଟିଏମରୁ ପ୍ରାୟ ୫୦୦୦ ଟଙ୍କା ଉଠାଇଛନ୍ତି । ରିପୋର୍ଟ ଅନୁସାରେ, ଅଗଷ୍ଟରେ ଡେବିଟ୍ କାର୍ଡ ସାହାଯ୍ୟରେ ପ୍ରତି ଏଟିଏମରୁ ପ୍ରାୟ ୪୯୫୯ ଟଙ୍କା ଉଠାଣ ହୋଇଛି । ସେହିପରି କ୍ୟାସ୍ ସର୍କୁଲେସନ୍ ୨୬ ଲକ୍ଷ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଁଚିଛି । ଯାହା ଜିଡିପିର ୧୨ ପ୍ରତିଶତ ଅଟେ ।

ଗତ ନଭେମ୍ବରରୁ କ୍ୟାସ୍ ଉଠାଣ ୧୦ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ୟୁପିଆଇ ଟ୍ରାଞ୍ଜାକ୍ସନରେ ମଧ୍ୟ ୨୦ ପ୍ରତିଶତ ବୃଦ୍ଧି ଘଟିଛି । ଏହାର ହାରାହାରି ଟିକେଟ୍ ସାଇଜ୍ ରହିଛି ୧୮୫୦ ଟଙ୍କା । ଏଟିଏମ ମ୍ୟାନେଜମେଣ୍ଟର କହିବାନୁସାରେ, ଲକଡାଉନ୍ ପୂର୍ବରୁ କିଛି ଦିନ ଏଟିଏମ ଟ୍ରାଞ୍ଜାକ୍ସନ କମିଥିଲା । କିନ୍ତୁ ପରେ ଏଟିଏମରୁ କ୍ୟାସ୍ ଉଠାଣ ବୃଦ୍ଧି ପାଇଥିଲା ।ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଡିଜିଟାଲ ପେମେଣ୍ଟସ ଓ ୟୁପିଆଇ ଟ୍ରାଞ୍ଜାକ୍ସନ ୨୦୦ କୋଟି  ଅତିକ୍ରମ କରିଛି । ଏହାପରେ ବି କ୍ୟାସର ଚାହିଦା ଅଧିକ ରହିଛି । ହିତାଚୀ ପେମଣ୍ଟସ୍ ଏମଡି ରୁସ୍ତମ ଇରାନୀ କହିଛନ୍ତି ଯେ. ନଗଦ ଭାରତୀୟ ଅର୍ଥବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ  । ଏଟିଏମ ହେଉଛି ଲୋକଙ୍କ ପାଖରେ କ୍ୟାସ୍ ପହଁଚାଇବାର ଏକ ପ୍ରମୁଖ ମାଧ୍ୟମ । ଲକଡାଉନ୍ ସମୟରେ ମାର୍ଚ୍ଚ, ଏପ୍ରିଲ ଓ ମେରେ ଏଟିଏମ ଟ୍ରା଼ଞ୍ଜାକ୍ସନ ହ୍ରାସ ପାଇଥିଲା । ପରେ ଜୁନରେ ଏଥିରେ ବୃଦ୍ଧି ଘଟିଥିଲା ।ତେବେ ଗତ ୩ ମାସର ତଥ୍ୟ ଉପଲବ୍ଧ ନାହିଁ । ଗତ ଦୀପାବଳି ତୁଳନାରେ ଚଳିତ ଥର କ୍ୟାସ୍ ଉଠାଣ ଅଧିକ ରହିଛି । କାରଣ ଲୋକମାନେ ଉପହାର ଓ ମିଠା ପାଇଁ କ୍ୟାସ୍ ବା ନଗର ଅର୍ଥ ଉପରେ ନିର୍ଭର କରନ୍ତି । ଏବେ ଆଉ ଲୋକମାନେ ଏଟିଏମରୁ ୧୦୦-୩୦୦ ଉଟାଉ ନାହାଁନ୍ତି । ସେମାନେ ସିଧାସଳଖ ବଡ ଅର୍ଥ ଉଠାଉଛନ୍ତି । କାରଣ କରୋନା ମହାମାରୀ ପାଇଁ ଲୋକମାନେ ସପ୍ତାହେ ଚଳିବା ପାଇଁ ଏକାଥରେ କ୍ୟାସ୍ ଉଠାଉଛନ୍ତି ।

Show More
Back to top button