ସତ୍ୟଶିଖା (ହିସାର) ୧୩/୧୦/୨୦୨୦ : ହରିୟାଣାର ହିସାରରେ ବରବାଲା ରୋଡ ସ୍ଥିତ ବାଳ ସୁଧାର ଗୃହରୁ ସୋମବାର ବିଳମ୍ବିତ ସନ୍ଧ୍ୟାରେ ୧୭ଜଣ ବନ୍ଦୀ ନାବାଳକ ୱାର୍ଡ଼ରଙ୍କୁ ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି । ଏହି ଆକ୍ରମଣରେ ଘଟଣାସ୍ଥଳରେ ମୁତୟନ ଥିବା ୩ଜଣ ୱାର୍ଡ଼ର ଆହତ ହୋଇଥିଲେ ଯେଉଁମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନାବାଳକ ବନ୍ଦୀ ଫେରାର ହେବା ପରେ ପୋଲିସ୍ ୱାୟାରଲେସ୍ ଜରିଆରେ ଜିଲ୍ଲାର ସମସ୍ତ ଥାନା ସହ ଜିଲ୍ଲା ସହ ଲାଗିଥିବା ଅନ୍ୟ ଜିଲ୍ଲାର ପୋଲିସଙ୍କୁ ମଧ୍ୟ ଆଲର୍ଟ କରି ଦେଇଥିଲା । ଖବର ଲେଖାଯିବା ସୁଦ୍ଧା ପୋଲିସ୍ ଫେରାର ଥିବା ନାବାଳକ ବନ୍ଦୀଙ୍କ ମଧ୍ୟରୁ କାହାକୁ ବି ଧରି ପାରିନଥିଲା । ଘଟଣା ପରେ ଏଏସପି ଉପାସନା ଯାଦବ ବାଳ ସୁଧାର ଗୃହ ଗସ୍ତ କରିଥିଲେ ଏବଂ ସ୍ଥିତିର ସମୀକ୍ଷା କରିଥିଲେ ।
୧୭ ନାବାଳକ ଫେରାର ବାଳ ସୁଧାର ଗୃହରୁ
