ଦେଶରେ୨୪ ଘଣ୍ଟାରେ ୧୫,୩୮୮ ନୂଆ କରୋନା ପଜିଟିଭ ଚିହ୍ନଟ

 ସତ୍ୟଶିଖା(ନୂଆଦିଲ୍ଲୀ) ୦୯ .୦୩.୨୦୨୧: ଦେଶରେ ଗତକିଛି ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଥିବା ବେଳେ ଆଜି ଏଥିରେ ହ୍ରାସ ହୋଇଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୧୫,୩୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୨,୪୪,୭୮୬କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୭୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମତ୍ୟୁ ସଂଖ୍ୟା ୧,୫୭,୯୩୦ରେ ପହଞ୍ଚିଛି। ଦିନକରେ ୧୬,୫୯୬ ଆକ୍ରାନ୍ତଙ୍କ ସୁସ୍ଥ ହୋଇଥିବା ବେଳେ ୧,୦୮,୯୯,୩୯୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୮୭,୪୬୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Exit mobile version