ନ୍ୟୁଜ୍ରାଜ୍ୟ

ସାଇକେଲ୍‌ରେ ୧୫୧ କିମି

ସତ୍ୟଶିଖା (ଭୁବନେଶ୍ୱର) ୧୫/୦୨/୧୦୨୧ : ଭୁବନେଶ୍ୱର ସାଇକେଲିଂ ଓ ଆଡଭେଞ୍ଚର କ୍ଲବର ମିଳିତ ଆନୁକୂଲ୍ୟରେ ଧଉଳି ଶାନ୍ତିସ୍ତୂପର ପାଦ ଦେଶରୁ ସ୍ବର୍ଣ୍ଣ ତ୍ରିଭୁଜ ସାଇକେଲିଂ ଚାମ୍ପିୟନସିପ ଆୟୋଜିତ ହୋଇଯାଇଛି । ଏହି ଚାମ୍ପିୟନସିପ ଧଉଳି ପାଦଦେଶରେ ଥିବା ଅଶୋକ ସ୍ତମ୍ଭରୁ ଆରମ୍ଭ ହୋଇ ପିପିଲି, ମାଳତିପାଟପୁର, ବାଲିଘାଇ, ଚନ୍ଦ୍ରଭାଗା ଦେଇ ପୁଣି ସେହି ରାସ୍ତାରେ ଧଉଳି ପାଦଦେଶକୁ ଫେରିଥିଲା । ପ୍ରତିଯୋଗୀମାନେ ମୋଟ ୧୫୧ କିମି ଯାତ୍ରା କରିଥିଲେ । ରାଜ୍ୟ ଓ ରାଜ୍ୟବାହାରୁ ମୋଟ ୬୨ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତିଯୋଗିତା ସକାଳ ୬.୩୦ମିନିଟରେ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୧୫ରେ ଶେଷ ହୋଇଥିଲା ।

ପ୍ରତିଯୋଗିତାରେ ରାଉରକେଲାର ରୋହିତ ହେମ୍ବ୍ରମ ୪ ଘଣ୍ଟା ୫୬ ମିନିଟ ୫୦ ସେକେଣ୍ଡରେ ନିର୍ଦ୍ଧାରିତ ପଥ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତାଙ୍କୁ ପଦକ ସହ ୨୦ହଜାର ଟଙ୍କା ପୁରସ୍କାର ଭାବେ ପ୍ରଦାନ କରାଯାଇଥିଲା । ଏହା ସହ ଦ୍ୱିତୀୟ ସ୍ଥାନରେ ରାଉରକେଲାର ଆଦିତ୍ୟ ସିଂ ଓ ତୃତୀୟ ସ୍ଥାନରେ ଭୁବନେଶ୍ୱରର ୟଶ ଦାସ ରହି ପଦକ ସହ ଯଥାକ୍ରମେ ୧୦ହଜାର ଓ ୫ହଜାର ଟଙ୍କା ପୁରସ୍କାର ରାଶି ଲାଭ କରିଥିଲେ । ମହିଳା ପ୍ରତିଯୋଗୀଙ୍କ ମଧ୍ୟରେ ଐଶ୍ୱରୀ ସ୍ୱାଇଁ ପ୍ରଥମେ ନିର୍ଦ୍ଧାରିତ ପଥ ଅତିକ୍ରମ କରିଥିଲେ । ପରିବହନ କମିସନର ସଞ୍ଜୀବ ପଣ୍ଡା ଧଉଳି ଅଶୋକ ସ୍ତମ୍ଭରୁ ପତାକା ଦେଖାଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ ।

Show More
Back to top button