ଦେଶବିଦେଶ

୧୫୦ ଭାରତୀୟଙ୍କୁ ଉଠାଇ ନେଲା ତାଲିବାନ !

ସତ୍ୟଶିଖା(ନୂଆଦିଲ୍ଲୀ ) ୨୧.୦୮ .୨୦୨୧: ଆଫଗାନିସ୍ତାନରେ ୧୫୦ ଭାରତୀୟଙ୍କୁ ତାଲିବାନ ଅଟକ ରଖିଥିବା ସୂଚନା ରହିଛି। ତାଲିବାନ ମିଡିଆରେ ଏହି ରିପୋର୍ଟ ପ୍ରକାଶ ପାଇଛି। ତେବେ ତାଲିବାନ ଏପରି ଖବରକୁ ଖାରଜ କରିଛି। ୧୫୦ ଜଣଙ୍କୁ ଅଟକ ରଖାଯାଇଥିବା ଖବର କାବୁଲରେ ଥିବା ନ୍ୟୁୟର୍କ ଟାଇମ୍ସର ପ୍ରତିନିଧି ସରିଫ୍ ହାସନ ଟ୍ୱିଟ୍ କରି କହିଥିଲେ। ସେ ତାଲିବାନ ମୁଖପାତ୍ରଙ୍କୁ ପାଖରୁ ଖବର ପାଇ ଏହି ସୂଚନା ଦେଇଛନ୍ତି ବୋଲି କହିଛନ୍ତି। ବୈଦେଶିକ ମନ୍ତ୍ରାଳୟ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହିଁ। ହେଲେ ମିଳିଥିବା ସୂଚନା ଅନୁଯାୟୀ ଅଟକ ଥିବା ସମସ୍ତ ଭାରତୀୟ ସୁରକ୍ଷିତ ରହିଛନ୍ତି।

ଏହି ଖବର ପ୍ରକାଶିତ ହେବାର କିଛି ସମୟ ପୂର୍ବରୁ କିନ୍ତୁ ଭାରତୀୟ ବାୟୁସେନାର C-130J ବିମାନ କାବୁଲରୁ ପ୍ରାୟ ୮୫ ଜଣ ଭାରତୀୟଙ୍କୁ ସ୍ଥାନାନ୍ତର କରିବାରେ ସଫଳ ହୋଇଛି। ସେମାନେ ଏବେ ଭାରତ ଅଭିମୁଖେ ଯାତ୍ରା କରୁଛନ୍ତି। ବିମାନଟି ତାଜିକିସ୍ତାନରେ ନିରାପଦରେ ଅବତରଣ କରିଛି ବୋଲି ସୂତ୍ରରୁ ପ୍ରକାଶ। ଏବେ ଆଉ ଏକ ବିମାନ C-17 କାବୁଲରେ ରହିଛି ଯେକୌଣସି ସମୟରେ ଭାରତୀୟଙ୍କୁ ଆଣିବା ପାଇଁ।

Show More
Back to top button