ପ୍ରଦୀପଙ୍କ ଘରୁ ୧୪୪୦ ଗ୍ରାମ ସୁନା ଜବତ

ସତ୍ୟଶିଖା(ଭୁବନେଶ୍ୱର )୧୮.୧୦ .୨୦୨୧:  ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ୨୩ଘଣ୍ଟାର ମାରାଥନ ରେଡ୍ ପରେ ଭିଜିଲାନ୍ସ ପକ୍ଷରୁ ସୂଚନା ମଳିଛି । ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ୍ ସୂନା ଜବତ କରାଯାଇଛି । ସବ୍ୟସାଚୀ ବ୍ରାଣ୍ଡର ୨୪ ଲକ୍ଷ ୨୫ ହଜାର ଟଙ୍କାର ହାର ଜବତ ହୋଇଛି । ପ୍ରଦୀପଙ୍କ ସମ୍ପତି ଆଟାଚ୍ ନେଇ ପଦକ୍ଷେପ ନିଆଯାଉଛି । ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ଫ୍ରିଜ୍ କରିବାକୁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ଚଢ଼ଉ ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି । ଜବତ ହୋଇଥିବା କାଗଜପତ୍ରର ଛାନ୍‌ଭିନ୍ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version