ନ୍ୟୁଜ୍ରାଜ୍ୟ

୧୪ ଦାଦନ ଶ୍ରମିକ ଉଦ୍ଧାର

ସତ୍ୟଶିଖା(ଭୁବନେଶ୍ୱର ) ୨୪.୧୨.୨୦୨୧: ପାଟଣାଗଡ଼: ପାଟଣାଗଡ ପୁଲିସ  ଚଢ଼ଉ କରି ଚାଲାଣ ହେଉଥିବା ୧୪ ଜଣ ଦାଦନ ଶ୍ରମିକଙ୍କୁ  ଉଦ୍ଧାର କରିଛି । ସୂଚନା ଅନୁସାରେ, ପାଟଣାଗଡ଼ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ କଣ୍ଟାବାଞ୍ଜି ରାସ୍ତାର ମଣ୍ଡଦର ଛକ ନିକଟରେ କିଛି ଶ୍ରମିକ ଥିବା ଖବର ପାଇ ପହଞ୍ଚି ପଚରାଉଚୁରା କରିଥିଲେ । ସେମାନେ ଘଗରା ଅଞ୍ଚଳର ଜଣେ ଦାଦନ ସର୍ଦ୍ଦାର ପ୍ରଦୀପ ବେହେରାଙ୍କ ମାଧ୍ୟମରେ ବ୍ରହ୍ମପୁରର ଏକ ଇଟା ଭାଟିକୁ ଯାଉଥିବା ଜାଣିବାକୁ ପାଇଥିଲେ । ପରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ପାଟଣାଗଡ ପୁଲିସ ଷ୍ଟେସନକୁ ଆଣାଯାଇଥିଲା । ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରେ ମଣ୍ଡଦର ଗ୍ରାମର ୪ ପୁରୁଷ, ୫ ମହିଳା ସମେତ ୫ଶିଶୁ  ରହିଛନ୍ତି । ଏନେଇ ପାଟଣାଗଡ଼ ଥାନାରେ ବୁଲିସ ଏକ ମାମଲା ରୁଜୁ କରି ଉଦ୍ଧାର ଶ୍ରମିକଙ୍କୁ ନିଜ ନିଜ ଗ୍ରାମକୁ ପଠାଇଦେଇଥିବା ବେଳେ ଦାଦନ ସର୍ଦ୍ଦାର ପ୍ରଦୀପ ବେହେରାଙ୍କ ବିରୁଦ୍ଧରେ ଏକ ମୋକଦ୍ଦମା ରୁଜୁ କରାଯାଇଛି ବୋଲି ପାଟଣାଗଡ଼ ଥାନା ଏସ୍‌ଆଇ ସୁଦର୍ଶନ ଦୋରା ସୂଚନା ଦେଇଛନ୍ତି ।

Show More
Back to top button