ସତ୍ୟଶିଖା( ଭୁବନେଶ୍ୱର )୧୦.୦୯ . ୨୦୨୨: ରାଜ୍ୟର ୧୩୦ ଜୁନିୟର ଏସ୍ଇଏସ୍ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି। ଏନେଇ ଅନ୍ୟପକ୍ଷରେ ୬୩ଜଣ ସିନିଅର ଏସ୍ଇଏସ୍ ପ୍ରଧାନଶିକ୍ଷକଙ୍କୁ ଭିତରେ ବଦଳି କରାଯାଇଛି। ଜିଲା ସେମାନଙ୍କୁ ସିନିଅର ଏସ୍ଇଏସ୍ ଭାବେ ପଦୋନ୍ନତି ଦିଆଯିବା ସହ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ପ୍ରଧ।ନଶି କ୍ଷୟତ୍ରୀ / ପ୍ରଧାନଶିକ୍ଷକ ନିଯୁକ୍ତି ଦିଆଯାଇଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସୂଚନାନୁସାରେ , ପ୍ରଧାନ ଶିକ୍ଷୟିତ୍ରୀ / ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ଶିକ୍ଷକଙ୍କୁ ଆସନ୍ତା ୧୬ ତାରିଖରେ ନୂଆ ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି। ସେମାନଙ୍କୁ ୧୩ ତାରିଖରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ଵମୁକ୍ତ କରିବେ। ରିଲିଭ ଅର୍ଡର ପାଇବା ପରେ ସେମାନେ ନୂତନ ଜିଲାକୁ ଯିବେ।
୧୩୦ ଜୁନିଅର ଏସ୍ଇଏସ୍ ଶିକ୍ଷକଙ୍କୁ ପଦୋନ୍ନତି, ୬୩ ପ୍ରଧାନଶିକ୍ଷକଙ୍କୁ ବଦଳି
