

ସତ୍ୟଶିଖା(ନୂଆଦିଲ୍ଲୀ) ୦୮ .୧୨.୨୦୨୧: ତାମିଲନାଡ଼ୁରେ ଏକ ବଡ଼ ଅଘଟଣ ଘଟିଛି । ତାମିଲନାଡ଼ୁ କୁନ୍ନୁରରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ବାୟୁସେନାର ଏମଆଇ୧୭-ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାନେଇ ଭାରତୀୟ ବାୟୁସେନା ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । ତେବେ ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତୁ୍ୟ ହୋଇଥିବା ଜଣାଯାଇଛି ।
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସିଡିଏସ ବିପିନ ରାୱତ ଥିବା ସୂଚନା ମିଳିଛି । ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ବି ରହିଥିବା ସୂଚନା ମିଳିଛି । ସିଡିଏସଙ୍କ ସହ ସେନାର ଆଉ କିଛି ବରିଷ୍ଠ ଅଧିକାରୀ ଥିବା ସୂଚନା ମିଳିଛି । ସିଡିଏସ ଓ ବରିଷ୍ଠ ଅଧିକାରୀଙ୍କ ସହ ମୋଟ ୧୪ ଜଣ ଥିବା ଜଣାଯାଇଛି । ତେବେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ହେଲିକପ୍ଟର ଦୁର୍ଘଟଣା ପଛର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ ।
ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଦୁର୍ଘଟଣାର ତଦନ୍ତ ନିଦେ୍ର୍ଧଶ ଦିଆଯାଇଥିବା ନେଇ ଭାରତୀୟ ବାୟୁସେନା ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।