ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ ଦିନକରେ ୧,୨୩୩ ନୂଆ ସଂକ୍ରମିତ ; ଆରୋଗ୍ୟ ହାର ୯୮.୭୫%

ସତ୍ୟଶିଖା( ନୂଆଦିଲ୍ଲୀ )୦୧.୦୪.୨୦୨୨ :ଦେଶରେ କରୋନା ସ୍ରଂକମଣ ଗତକିଛି ଦିନ ମଧ୍ୟରେ ଲଗାତାର ହ୍ରାସ ପାଉଛି। ଦିନକରେ ଆଉ ୧,୨୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୨୩,୨୧୫କୁ ବୃଦ୍ଧି ପାଇଛି। ସେହିପରି ଆଉ ୧,୮୭୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୪,୮୭,୪୧୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୫%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୧,୧୦୧ରେ ପହଞ୍ଚିଛି। ମୃତ୍ୟୁହାର ୧.୨୧%। ୧୪,୭୦୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତହାର ୦.୦୩%। ଦିନକ ପୂର୍ବରୁ ୬,୨୪,୦୨୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୭୮,୮୫,୫୬,୯୩୫ ନମୁନା ପରୀକ୍ଷା କରାଯାଇଛି। ଦିନକରେ ଆଉ ୨୬,୩୪,୦୮୦ ଟିକା ନେଇଥିବା ବେଳେ ମୋଟ ୧,୮୩,୮୨,୪୧,୭୪୩ ଟିକାକରଣ କରାଯାଇଛି। ଆଜି ପୂର୍ବାହ୍ନ ସୁଦ୍ଧା ୩,୦୧,୫୫୩ ଟିକାକରଣ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Show More
Back to top button