ରାଜ୍ୟସ୍ୱାସ୍ଥ୍ୟ

୨୪ ଘଣ୍ଟାରେ ୧୨,୨୮୬ ନୂଆ କରୋନା ପଜିଟିଭ ଚିହ୍ନଟ

ସତ୍ୟଶିଖା(ନୂଆଦିଲ୍ଲୀ )୦୨.୦୩.୨୦୨୧: ଦେଶରେ କିଛି ଦିନରେ ଲଗାତାର ୧୬ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏଥିରେ ହ୍ରାସ ହୋଇଥିବା ଦେଖାଯାଇଛି। ୨୪ ଘଣ୍ଟାରେ ୧୨,୨୮୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ସଂଖ୍ୟା ୧,୧୧,୨୪,୫୨୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୯୧ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୭,୨୪୮ରେ ପହଞ୍ଚିଛି। ସେହିପରି ଦିନକରେ ୧୨,୪୬୪ ସୁସ୍ଥ ହୋଇଥିବା ବେଳେ ମୋଟ ୧,୦୭,୯୮,୯୨୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୬୮,୩୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Show More
Back to top button