ସତ୍ୟଶିଖା ( ନୂଆଦିଲ୍ଲୀ ) ୧୨.୦୮.୨୦୨୦ : ୨୦୨୦ବର୍ଷ ନିମନ୍ତେ ୪ ଜଣ ଓଡ଼ିଆଙ୍କ ସମେତ ୧୨୧ଜଣ ପୋଲିସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରାଳୟ ତରଫରୁ ତଦନ୍ତରେ ଉତ୍କର୍ଷତା ନିମନ୍ତେ ପୁରସ୍କାର ପ୍ରଦାନ କରାଯାଇଛି । ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ପୋଲିସ ଅଧିକାରୀଙ୍କ ପାରଦର୍ଶିତାକୁ ସୀକୃତି ଦେବା ଏହି ସ୍ଵତନ୍ତ୍ର ପୁରସ୍କାରର ଲକ୍ଷ୍ୟ । ଏହାକୁ କେନ୍ଦ୍ର ଗୃହମନ୍ତ୍ରୀ ପ୍ରଦାନ କରିଥାଆନ୍ତି । ୪ ଓଡ଼ିଆ ପୋଲିସ ଅଧିକାରୀ ହେଉଛନ୍ତି ଇନ୍ସ୍ପେକ୍ଟର୍ ସୁଷମା ତିର୍କୀ, ସବ୍-ଇନ୍ସ୍ପେକ୍ଟର୍ ଯୁଗଳ କିଶୋର ଦାଶ, ସବ୍-ଇନ୍ସ୍ପେକ୍ଟର୍ ସନ୍ତୋଷୀ ବାରିକ ଏବଂ ସବ୍-ଇନ୍ସ୍ପେକ୍ଟର୍ ବାବାଶଙ୍କର ସରାଫ ।
ଅପରାଧ ଘଟଣାରେ ତଦନ୍ତର ମାନ ଉଚ୍ଚକୋଟୀର କରାଇବା ଏବଂ ତଦନ୍ତକାରୀ ଅଧିକାରୀଙ୍କ ଉତ୍କର୍ଷତାକୁ ମାନ୍ୟତା ଦେବା ଉଦ୍ଦେଶ୍ୟରେ ୨୦୧୮ରେ ଏହି ପଦକ ସୃଷ୍ଟି କରାଯାଇଥିଲା । ପୁରସ୍କାର ପାଇଥିବା ପୋଲିସ ଅଧିକାରୀଙ୍କ ମଧ୍ୟରୁ ୧୫ଜଣ ହେଉଛନ୍ତି ‘ସିବିଆଇ’ର, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପୁଲିସର ୧୦ଜଣ ଲେଖାଏଁ, ଉତ୍ତର ପ୍ରଦେଶ ପୁଲିସର ୮ ଜଣ, କେରଳ ଓ ପଶ୍ଚିମବଙ୍ଗ ପୁଲିସର ୭ ଜଣ ଲେଖାଏଁ ଏବଂ ବାକି ହେଉଛନ୍ତି ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ଅଧିକାରୀ । ପଦକ ପାଇଥିବା ପୁଲିସ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ୨୧ଜଣ ମହିଳା ପୁଲିସ ଅଧିକାରୀ l