ଦୁର୍ଘଟଣା
ସ୍ୱାମୀଙ୍କ ମୃତ୍ୟୁକୁ ୧୨ ଘଣ୍ଟା ନପୁରୁଣୁ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର


ସତ୍ୟଶିଖା (ଭୁବନେଶ୍ୱର ) ୧୯.୧୦.୨୦୨୩ : ଢ଼େଙ୍କାନାଳ ସଦର ଥାନା ଥାନା ଅନ୍ତର୍ଗତ ପଞ୍ଚବଟୀ ଗ୍ରାମରେ ଅଭାବନୀୟ ଘଟଣା। ସ୍ୱାମୀଙ୍କ ମୃତଦେହ ଉଦ୍ଧାର କୁ ୧୨ ଘଣ୍ଟା ନପୁରୁଣୁ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର । ଆଜି ସକାଳୁ ଗୁଣ୍ଡିଚାପଡ଼ା ନିକଟରେ ଥିବା ଏକ କେନାଲରୁ ଅଗ୍ନିଶମ ବିଭାଗ ବୃଦ୍ଧା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । ଗତ ରାତିରେ ସ୍ଵାମୀଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ମୃତକ ମାନେ ହେଲେ ସ୍ଵାମୀ ଦୁଶାସନ ସାହୁ ଓ ୬୩ ବର୍ଷୀୟ ପତ୍ନୀ ପଦ୍ମାବତୀ ସାହୁ।
ଦୁଶାସନ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ହୋଇଥିବା ଜଣାପଡିଛି।କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହେଲା ଜଣା ପଡ଼ିନାହିଁ। ପାରିବାରିକ କଳହର ମୁଖ୍ୟ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।