ସତ୍ୟଶିଖା (କଟକ) ୧୯/୧୧/୨୦୨୦ : କଟକର ନୟାସଡ଼କ ସ୍ଥିତ I.I.F.L ବ୍ୟାଙ୍କରୁ ବଡ ଧରଣର ଲୁଟ୍ ହୋଇଛି । ବ୍ୟାଙ୍କ୍ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୧୨ କୋଟି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଏହାସହ ସୁନା ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି । ଏହି ଲୁଟ୍ ଘଟଣାରେ ୪ ଜଣ ଲୁଟେରା ସାମିଲ ଥିବା ସୂଚନା ମିଳିଛି । ତେବେ ଲୁଟ୍ ଖବର ପାଇ ସ୍ଥାନୀୟ ପୋଲିସ ଓ କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛନ୍ତି ।
ବ୍ୟାଙ୍କରୁ ବନ୍ଧୁକ ଦେଖାଇ ୧୨ କୋଟି ଲୁଟିନେଲେ
