ଅପରାଧନ୍ୟୁଜ୍ରାଜ୍ୟ

ବ୍ୟାଙ୍କରୁ ବନ୍ଧୁକ ଦେଖାଇ ୧୨ କୋଟି ଲୁଟିନେଲେ

ସତ୍ୟଶିଖା (କଟକ) ୧୯/୧୧/୨୦୨୦ : କଟକର ନୟାସଡ଼କ ସ୍ଥିତ I.I.F.L ବ୍ୟାଙ୍କରୁ ବଡ ଧରଣର ଲୁଟ୍ ହୋଇଛି । ବ୍ୟାଙ୍କ୍ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୧୨ କୋଟି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଏହାସହ ସୁନା ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି । ଏହି ଲୁଟ୍‌ ଘଟଣାରେ ୪ ଜଣ ଲୁଟେରା ସାମିଲ ଥିବା ସୂଚନା ମିଳିଛି । ତେବେ ଲୁଟ୍‌ ଖବର ପାଇ ସ୍ଥାନୀୟ ପୋଲିସ ଓ କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।ଖବର ଅନୁଯାୟୀ, କଟକର ଏକ ବ୍ୟାଙ୍କରୁ ୧୨କୋଟି ଟଙ୍କାର ଲୁଟ୍ ହୋଇଛି । ନୟାସଡକ I.I.F.L ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି । ସକାଳୁ ବ୍ୟାଙ୍କ୍ ଖୋଲିଲା ବେଳେ ବ୍ୟାଙ୍କ୍ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୧୨ କୋଟି ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୪ ଜଣ ଲୁଟେରା ଏହି କାଣ୍ଡ ଘଟାଇଛନ୍ତି ବୋଲି ଜଣାପଡ଼ିଛି ।ଘଟଣାସ୍ଥଳରେ କଟକ ଡିସିପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି ରହିଥିବା ବେଳେ ବ୍ୟାଙ୍କ୍ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି । ଏପର୍ଯ୍ୟନ୍ତ ଲୁଟେରାଙ୍କ ସନ୍ଧାନ ମିଳିନଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।

Show More
Back to top button