

ସତ୍ୟଶିଖା( ଭୁବନେଶ୍ୱର )୨୬.୦୭ . ୨୦୨୨: ରାଜ୍ୟରେ ଦୁର୍ନୀତି ଅଭିଯୋଗରେ ଗତ ୨ବର୍ଷ ମଧ୍ୟରେ ୪୦ଜଣ ସରକାରୀ କର୍ମଚାରୀଙ୍କୁ ନିଜ ଚାକିରି ହରାଇବାକୁ ପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ବିଧାୟକ ଭୂପିନ୍ଦର ସିଂଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଗତ ୨୦୨୦ ଓ ୨୦୨୧ ମସିହାରେ ଭିଜିଲାନ୍ସ ବିଭାଗ ଦ୍ୱାରା ମୋଟ ୩୮୯ଟି ଚଢ଼ଉ ହୋଇଛି । ସେଥିରୁ ୨୦୧ଟି କେସ୍ ପୀଡ଼ିତ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ହୋଇଥିବାବେଳେ ୧୮୫ଟି କେସ୍ ଭିଜିଲାନ୍ସ ବିଭାଗ ନିଜଆଡ଼ୁ ଦାଖଲ କରି ଚଢ଼ଉ କରିଥିଲା । ଏହା ଭିତରୁ ୪୦ଜଣ ଚାକିରି ହରାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।