ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ ଆଉ ୧,୦୩୩ ନୂଆ ପଜିଟିଭ୍‍ ; ୪୩ ମୃତ

ସତ୍ୟଶିଖା( ନୂଆଦିଲ୍ଲୀ )୦୭.୦୪.୨୦୨୨ : ଦେଶରେ କିଛି ଦିନ ତଳେ କରୋନାର ଦୈନିକ ସଂକ୍ରମଣ ୧ ହଜାର ତଳକୁ ରହିଥିବା ବେଳେ ପୁଣି ଏହା ୧ ହଜାର ଅତିକ୍ରମ କରୁଥିବା ଦେଖାଯାଇଛି। ଦେଶରେ ଦିନକରେ ଆଉ ୧,୦୩୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୧,୯୫୮କୁ ବୃଦ୍ଧି ପାଇଛି। ସେହିପରି ୧,୨୨୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୪,୯୮,୭୮୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୬%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୧,୫୩୦ରେ ପହଞ୍ଚିଛି। ମୃତ୍ୟୁହାର ୧.୨୧%।୧୧,୬୩୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୦୩%। ଦିନକ ପୂର୍ବରୁ ୪,୮୨,୦୩୯ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୭୯,୨୫,୦୯,୪୫୧ ନମୁନା ପରୀକ୍ଷା କରାଯାଇଛି। ସେହିପରି ଦିନକ ଆଗରୁ ୧୫,୩୭,୩୧୪ ଟିକା ନେଇଥିବା ବେଳେ ମୋଟ ୧,୮୫,୨୦,୭୨,୪୬୯ ଟିକାକରଣ କରାଯାଇଛି। ଆଜି ସକାଳ ସୁଦ୍ଧା ୧,୭୪,୯୧୯ ଟିକା ନେଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Show More
Back to top button