

ସତ୍ୟଶିଖା (ଭୁବନେଶ୍ୱର) ୧୯/୦୧/୨୦୨୧ : ନିର୍ଭରଯୋଗ୍ୟ ସୂଚନା ଆଧାରରେ, କମିସନରେଟ୍ ପୁଲିସର ସହାୟତାରେ ଏସଟିଏଫ୍ ୧୦୨ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିବା ସହ ଏହି ମାମଲାରେ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଭୁବନେଶ୍ୱରର ୟୁନିଟ୍ -୮ ଅଞ୍ଚଳରେ ଥିବା ନାରାୟଣ ବସ୍ତିରେ ଏସଟିଏଫ୍ ଚଢାଉ କରି ୧୦୨ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଥିଲା । ଏହି ମାମଲାରେ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି । ତାଙ୍କ ଠାରୁ ଅପରାଧ ସାମଗ୍ରୀ ସହିତ ନଗଦ ୧୨୫୮୦ ଟଙ୍କା ଜବତ କରାଯାଇଛି | ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହାଛଡ଼ା ଏନଡିପିଏସ୍ ଆକ୍ଟ ୧୯୮୫ ଅନୁଯାୟୀ ମାମଲା ରୁଜୁ କରାଯାଇ ଏନେଇ ଅଧିକ ତଦନ୍ତ ଚାଲିଥିବା ଜଣାଯାଇଛି ।