ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଛେଣ୍ଡିପଦା ବାଲିପଟାରେ ୧୦ ଛାତ୍ରୀ, ଝୁମ୍ପୁରାରେ ୯ ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ

ସତ୍ୟଶିଖା(ଭୁବନେଶ୍ୱର) ୦୭ .୧୨.୨୦୨୧:   ସମୁଦାୟ ରାଜ୍ୟରେ କୋଭିଡ ଟିକାକରଣ ସହିତ ସରକାରଙ୍କ ପକ୍ଷରୁ କୋଭିଡକୁ ନିନ୍ତୟଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଥିବାବେଳେ ସଂପ୍ରତି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେବା ଘଟଣା ଚିନ୍ତା ବଢାଇ ଦେଇଛି । ବିଶେଷକରି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରାବାସରୁ ଏକ ସମୟରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ନିକଟରେ ଢେଙ୍କାନାଳ ସହରର ଏକ ବେସରକାରୀ ଆବାସିକ ଶିକ୍ଷାନଷ୍ଠାନର ଛାତ୍ରାବାସରୁ ୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସୋମବାର ଦିନ ଅନୁଗୁଳ ଜିଲା ଛେଣ୍ଡିପଦା ନିକଟ ବାଲିପଟାଠାରେ ଥିବା ଏକ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀନିବାସରୁ ୧୦ ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଯାଜପୁର ଜିଲା ଦଶରଥପୁର ବ୍ଲକ ଝୁମ୍ପୁରାସ୍ଥିତ ଏକ ଉଚ୍ଚ ବିଦ୍ୟାଳୟର ୯ ଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ସେମାନଙ୍କ ନମୁନା ପରୀକ୍ଷାରୁ ଜଣାଯାଇଛି । ଏହି ଦୁଇ ଶିକ୍ଷାନୁଷ୍ଠାନରେ ପଢୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଉକ୍ତ ରିପୋର୍ଟକୁ ଅପେକ୍ଷା କରାଯାଉଥିବାବେଳେ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧିପାଇବା ଆଶଙ୍କା କରାଯାଉଛି ।

Show More
Back to top button