୧ କୁଇଣ୍ଟାଲ ରୁପା ଇଟା, ୧୪ ଲକ୍ଷ ଟଙ୍କା ଜବତ

ସତ୍ୟଶିଖା(କଟକ )୨୨.୦୯ . ୨୦୨୨:  ଗଞ୍ଜେଇ ରେଡ ବେଳେ  ବିପୁଳ ପରିମାଣର ରୁପା ଇଟା ଜବତ କରାଯିବା ଭଳି ଏକ ବଡ଼ ଖବର ସାମନାକୁ ଆସିଛି । ଟାଙ୍ଗୀ ଟୋଲଗେଟରେ  ଯାଞ୍ଚବେଳେ ଅବକାରୀ ସ୍କ୍ୱାର୍ଡ ଏହାକୁ ଜବତ କରିଛି ।  ୧କୁଇଣ୍ଟାଲ ରୁପା ଇଟା ସହ ବହୁ ଚାନ୍ଦି ଅଳଙ୍କାର ମଧ୍ୟ ଜବତ କରାଯାଇଛି ।

ଏହାଛଡ଼ା ଗାଡ଼ିରୁ ୧୪ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି ।  ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାରରେ ଚାଲାଣ ବେଳେ ଏହାକୁ ଜବତ କରାଯାଇଛି ।  ଆସିକାକୁ ଖଡ଼ଗପୁର ଚାଲାଣବେଳେ ଏହାକୁ ଜବତ କରାଯାଇଛି । ଏନେଇ ୨ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।

ସୂଚନା ଅନୁଯାୟୀ, ଏକ କାର୍‌ରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଆଜି ଟାଙ୍ଗୀ ଟୋଲଗେଟ ପାଖରେ ଛପି ରହିଥିଲେ ଅବକାରୀ କର୍ମଚାରୀ। ଏହାପରେ  କଟକ ପଟୁ ଆସୁଥିବା ଏକ କାର୍‌କୁ ଅଟକାଇ ଯାଞ୍ଚ ବେଳେ  କାର୍‌ରୁ ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ରୁପା ଇଟା ସହ ବହୁ ଚାନ୍ଦି ଅଳଙ୍କାର ଓ ୧୪ ଲକ୍ଷରୁ ଅଧିକ କ୍ୟାସ୍‌  ଜବତ ହୋଇଥିବା ସୂଚନା ମିଳିଛି।
ଏହି ଗାଡ଼ିଟି ଆସ୍କାରୁ ଖଡଗପୁର ଅଭିମୁଖେ ଯାଉଥିଲା। ଗାଡ଼ିରେ କେବଳ ଡ୍ରାଇଭର ଓ ହେଲପର ଥିବାରୁ ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି। ଜବତ ରୁପା ଇଟାର ଆକଳନ କରିବାକୁ ଜିଏସଟି ବିଭାଗକୁ ଡକାଯାଇଥିବା ଜଣାଯାଇଛି। ଗାଡ଼ିରେ ପଶ୍ଚିମବଙ୍ଗର ନମ୍ବରପ୍ଲେଟ ଥିବା ବେଳେ ଏହାର ମାଲିକଙ୍କ ବିଷୟରେ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍‌।

Exit mobile version