

ସତ୍ୟଶିଖା(କଟକ )୨୨.୦୯ . ୨୦୨୨: ଗଞ୍ଜେଇ ରେଡ ବେଳେ ବିପୁଳ ପରିମାଣର ରୁପା ଇଟା ଜବତ କରାଯିବା ଭଳି ଏକ ବଡ଼ ଖବର ସାମନାକୁ ଆସିଛି । ଟାଙ୍ଗୀ ଟୋଲଗେଟରେ ଯାଞ୍ଚବେଳେ ଅବକାରୀ ସ୍କ୍ୱାର୍ଡ ଏହାକୁ ଜବତ କରିଛି । ୧କୁଇଣ୍ଟାଲ ରୁପା ଇଟା ସହ ବହୁ ଚାନ୍ଦି ଅଳଙ୍କାର ମଧ୍ୟ ଜବତ କରାଯାଇଛି ।
ଏହାଛଡ଼ା ଗାଡ଼ିରୁ ୧୪ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି । ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାରରେ ଚାଲାଣ ବେଳେ ଏହାକୁ ଜବତ କରାଯାଇଛି । ଆସିକାକୁ ଖଡ଼ଗପୁର ଚାଲାଣବେଳେ ଏହାକୁ ଜବତ କରାଯାଇଛି । ଏନେଇ ୨ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।
ସୂଚନା ଅନୁଯାୟୀ, ଏକ କାର୍ରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଆଜି ଟାଙ୍ଗୀ ଟୋଲଗେଟ ପାଖରେ ଛପି ରହିଥିଲେ ଅବକାରୀ କର୍ମଚାରୀ। ଏହାପରେ କଟକ ପଟୁ ଆସୁଥିବା ଏକ କାର୍କୁ ଅଟକାଇ ଯାଞ୍ଚ ବେଳେ କାର୍ରୁ ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ରୁପା ଇଟା ସହ ବହୁ ଚାନ୍ଦି ଅଳଙ୍କାର ଓ ୧୪ ଲକ୍ଷରୁ ଅଧିକ କ୍ୟାସ୍ ଜବତ ହୋଇଥିବା ସୂଚନା ମିଳିଛି।
ଏହି ଗାଡ଼ିଟି ଆସ୍କାରୁ ଖଡଗପୁର ଅଭିମୁଖେ ଯାଉଥିଲା। ଗାଡ଼ିରେ କେବଳ ଡ୍ରାଇଭର ଓ ହେଲପର ଥିବାରୁ ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି। ଜବତ ରୁପା ଇଟାର ଆକଳନ କରିବାକୁ ଜିଏସଟି ବିଭାଗକୁ ଡକାଯାଇଥିବା ଜଣାଯାଇଛି। ଗାଡ଼ିରେ ପଶ୍ଚିମବଙ୍ଗର ନମ୍ବରପ୍ଲେଟ ଥିବା ବେଳେ ଏହାର ମାଲିକଙ୍କ ବିଷୟରେ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍।