ରାଜ୍ୟ

‍କାମ ବାହାନା ଚଳିବନି; ବାହାର ଜିଲ୍ଲା ପୁଲିସ୍‌ଙ୍କୁ ପୁରୀ ମନା

ପୁରୀ(ସତ୍ୟଶିଖା): ଅଫିସ୍‌ କାମ ବାହାନା କରି କୌଣସି ଜିଲ୍ଲା ବାହାରର ପୁଲିସ୍‌ ପୁରୀକୁ ଯାଇପାରିବେ ନାହିଁ । ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ କୌଣସି ବାହାର ଜିଲ୍ଲାର ପୁଲିସ୍‌ ଅଧିକାରୀଙ୍କ ପୁରୀ ଯିବା ଉପରେ କଟକଣା ଲଗାଇଛନ୍ତି ପୁଲିସ୍‌ ଡିଜି ଅଭୟ। ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଏଭଳି ଗାଇଡଲାନ୍‌ ଜାରି କରିଛନ୍ତି ଡିଜିପି ।

ଆହୁରି ପଢ଼ନ୍ତୁ

ଆବଶ୍ୟକ ପଡିଲେ ରାଜ୍ୟ ପୁଲିସ୍‌ ମୁଖ୍ୟାଳୟରୁ ଅନୁମତି ନେଇ ପୁରୀ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ମାସ ତଳେ ଲକଡାଉନ୍‌ ପିରିଅଡରେ ଯାଜପୁର ପୁଲିସ୍‌ର ଜଣେ ଅଧିକାରୀ ପୁରୀ ଯାଇ ଶ୍ରୀମନ୍ଦିର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ସେତେବେଳେ ବେଶ୍ ଚର୍ଚ୍ଚା ହୋଇଥିଲା ।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button