ୱିମ୍ବଲଡନ୍ ଓପନ୍ ଉପରେ କରୋନା ସଙ୍କଟ

ଲଣ୍ଡନ: କରୋନା ମହାମାରୀ ଯୋଗୁ ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ୍ ଚାମ୍ପିୟନଶିପ୍ ୱିମ୍ବଲଡନ୍ ଓପନ୍ ମଧ୍ୟ ବାତିଲ୍ ହୋଇପାରେ। ଗ୍ରାସ୍ କୋର୍ଟରେ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୨୯ରୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ। କିନ୍ତୁ ଅଲ୍ ଇଂଲଣ୍ଡ ଲନ୍ ଟେନିସ୍ କ୍ଲବ୍ (ଏଇଏଲଟିସି)ର ମୁଖ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ମହାମାରୀ ଯୋଗୁ ପୂରା ଟେନିସ୍ କ୍ୟାଲେଣ୍ଡର ପ୍ରଭାବିତ ହୋଇଛି। ଟୁର୍ଣ୍ଣାମେଣ୍ଟ ସମ୍ବନ୍ଧରେ ଆସନ୍ତା ସପ୍ତାହରେ ଜରୁରୁୀକାଳୀନ ବୈଠକ କରାଯିବ।

ଆହୁରି ପଢ଼ନ୍ତୁ

ଏହି ବୈଠକରେ ଆମେ ଏଟିପି, ଡବ୍ଲ୍ୟୁଟିଏ, ଆଇଟିଏଫ୍ ଏବଂ ଅନ୍ୟ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଉପରେ ଆଲୋଚନା କରିବୁ। ଏହା ପୂର୍ବରୁ ଆୟୋଜନ କହିଥିଲେ ଯେ ଯଦି କରୋନାଭାଇରସର ପ୍ରକୋପ କମ୍ ହୁଏ, ତାହେଲେ ଗ୍ରାସ୍ କୋର୍ଟ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଧାରିତ ସମୟ ହେବ। ତେବେ ଏଇଏଲଟିପିର ମୁଖ୍ୟ କାର୍ଯ୍ୟକାରୀ ରିଚାର୍ଡ ଲୁଇସ୍ କହିଥିଲେ, ଆମେ ସାର୍ବଜନିନ ଜୀବନର ସୁରକ୍ଷାକୁ ଅଧିକ ପ୍ରାଥମିକତା ଦେବୁ।

ସୂଚନାଯୋଗ୍ୟ, ଫ୍ରେଞ୍ଚ୍ ଓପନ୍ ଆୟୋଜକ ପୂର୍ବରୁ ହିଁ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟକକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଫ୍ରେଞ୍ଚ୍ ଓପନ୍ ମେ’ ମାସ ବଦଳରେ ସେପ୍ଟେମ୍ବର ମାସରେ ଆୟୋଜିତ କରାଯିବ। ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ମେ’ ୨୪ ତାରିଖରୁ ଆରମ୍ଭ ହେବାର ଥିଲା, କିନ୍ତୁ ଏହାର ଆୟୋଜନ ଏବେ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ମଧ୍ୟରେ ହେବ।

[ad_2]
Exit mobile version