୯ ସିଆରପିଏଫ୍‌ ଯବାନ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦିଲ୍ଲୀରେ ୯ ଜଣ ସିଆରପିଏଫ୍ ଯବାନଙ୍କଠାରେ କରୋନା ଭାଇରସ୍ ପଜିଟିଭ୍ ରହିଥିବା ଜଣାପଡ଼ିଛି।

କିଛି ଦିନ ପୂର୍ବରୁ ନର୍ସିଂ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଜଣେ ହେଡ କନଷ୍ଟେବଳଙ୍କଠାରେ କରୋନା ପଜିଟିଭ୍ ରହିଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କ କଣ୍ଟାକ୍ଟ ଟ୍ରାସିଂ କରାଯିବା ପରେ ଏହି ସିଆରପିଏଫ୍ ଯବାନମାନେ ପରୀକ୍ଷା କରାଇଥିଲେ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଜାତୀୟ ରାଜଧାନୀରେ ସିଆରପିଏଫ୍ର ୩୧ ବାଟାଲିୟନରେ ଏହି ଯବାନମାନେ କାର୍ଯ୍ୟ କରୁଥିଲେ। ଏହି ଆକ୍ରାନ୍ତଙ୍କ ବାବଦରେ ଖବର ସାମ୍ନାକୁ ଆସିବା ପରେ ପ୍ରାୟ ୫୦ ଜଣ ଯବାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

କୋଭିଡ୍-୧୯ ପଜିଟିଭ୍ ଆସିଥିବା ନଅ ଜଣଙ୍କ ମଧ୍ୟରେ ୭ ଜଣ କନଷ୍ଟେବଳ, ଜଣେ ହେଡ୍ କନଷ୍ଟେବଳ ଏବଂ ଜଣେ ସବ୍-ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ଅଛନ୍ତି ବୋଲି ଜଣାପଡ଼ିଛି।

[ad_2]
Exit mobile version