ରାଜ୍ୟ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ , ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ସତ୍ୟଶିଖା(ଭୁବନେଶ୍ୱର ) ୧୩.୦୮ .୨୦୨୧:ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୃର୍ଣ୍ଣିବଳୟ। ପରବର୍ତ୍ତୀ ସମୟରେ ଆସ୍ଥେ ଆସ୍ଥେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ। ଯାହାର ପ୍ରଭାବରେ ଅଗଷ୍ଟ ୧୫ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଲଘୁଚାପ ଜନିତ ବର୍ଷା ହେଲେ ବହୁ ମାତ୍ରାରେ ନିଅଣ୍ଟିଆ ବର୍ଷାକୁ ଭରଣା କରିପାରିବ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ବଙ୍ଗୋପସାଗରରେ ଲଗୁଚାପ ସୃଷ୍ଟି ହେଲେ ଓଡ଼ିଶାରେ ବର୍ଷା ହୋଇଥାଏ। ମାତ୍ର ଅଗଷ୍ଟ ମାସରେ ଏପର୍ଯ୍ୟନ୍ତ କୌଣସି ଲଘୁଚାପ ସୃଷ୍ଟି ହେଲା ନାହିଁ। ଯେଉଁଥିପାଇଁ ନିଅଣ୍ଟିଆ ବର୍ଷା ହୋଇଛି। ଯାହା ଜଣାପଡ଼ୁଛି ଆସନ୍ତା ୧୫ ତାରିଖ ଯାଏଁ ଏଭଳି ନିଅଣ୍ଟିଆ ବର୍ଷା ଲାଗି ରହିବ। ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବ । ମାତ୍ର ୧୬ରୁ ୧୯ ପର୍ଯ୍ୟନ୍ତ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Show More
Back to top button