ଦେଶ

୯୦ ହଜାର ମୁହାଁ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୦୯ ମୃତ

ମୁମ୍ବାଇ: ଦିନକୁ ଦିନ କରୋନା ସଂକ୍ରମଣ ମହାରାଷ୍ଟ୍ରରେ ବେକାବୁ ହେବାରେ ଲାଗିଛି। ଚାଇନାକୁ ପଛରେ ପକାଇ ଦେଇଥିବା ମହାରାଷ୍ଟ୍ରରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାରର ନିକଟତର ହୋଇଛି। ଆଜି ଗୋଟିଏ ଦିନରେ ପୁଣିଥରେ ୨୫୫୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮,୫୨୮ରେ ପହଞ୍ଚି ଯାଇଛି।

ଆହୁରି ପଢ଼ନ୍ତୁ

ସେହିପରି ୨୪ ଘଣ୍ଟାରେ ଏହି ପ୍ରାଣଘାତୀ ଭାଇରସ ଆଉ ୧୦୯ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୧୬୯ ଛୁଇଁଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୦,୯୭୫ ଜଣ ସୁସ୍ଥ ହୋଇଥିବାରୁ ବିଭିନ୍ନ ହସ୍ପିଟାଲରେ ୪୪,୩୭୪ ଜଣ ଚିକିତ୍ସିତ ହେଉଛନ୍ତି।

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସ୍ଥିତି ସବୁଠାରୁ ଅଧିକ ଜଟିଳ ହୋଇଛି। ଗତ ୨୪ ଘଣ୍ଟାରେ ୧୩୧୧ ପଜିଟିଭ କେସ ସାମ୍ନାକୁ ଆସିଥିବା ବେଳେ ୬୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୁମ୍ବାଇରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୦,୦୮୫ ଓ ମୃତ୍ୟୁସଂଖ୍ୟା ୧୭୦୨ ରହିଛି। ମୁମ୍ବାଇରେ ୨୨,୦୩୨ ଜଣ ସୁସ୍ଥ ହୋଇଥିବା ବେଳେ ୨୬,୩୪୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

[ad_2]
Show More
Back to top button