ଦେଶ

୮୦% କରୋନା ଆକ୍ରାନ୍ତ ନିଜେ ନିଜେ ସୁସ୍ଥ ହେବେ: ଆଇସିଏମଆର

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇଥିବା ୮୦% ରୋଗୀ ନିଜି ନିଜେ ସୁସ୍ଥ ହୋଇପାରିବେ। ସାରା ବିଶ୍ୱ ଏବେ କରୋନା ସହିତ ଲଢ଼େଇ ଜାରି ରଖିଥିବା ବେଳେ ଭାରତୀୟ ପରିଷଦ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ମହାନିର୍ଦ୍ଦେଶକ ବଳରାମ ଭର୍ଗଭା ଏହା କହିଛନ୍ତି।

କରୋନାରେ ଅନେକ ଆକ୍ରାନ୍ତ ହେଉଛନ୍ତି। ହେଲେ କିଏ କେଉଁ ଢ଼ଙ୍ଗରେ ଆକ୍ରାନ୍ତ ହୋଇଛନ୍ତି ତାହା ବୁଝିବାକୁ ପଡ଼ିବ ବୋଲି ସେ କହିଛନ୍ତି। ୮୦% ଲୋକ ଥଣ୍ଡା ସିହତ ଜ୍ୱର ଅନୁଭବ କରିବେ ସେମାନେ ନିଜେ ନିଜେ ସୁସ୍ଥ ହୋଇପାରିବେ। ୨୦% ଲୋକ କାଶ, ଥଣ୍ଡା, ଜ୍ୱର ଅନୁଭବ କରିପାରନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିପାରେ ରବିବାର ସାମ୍ୱାଦିକ ସମ୍ମିଳନୀ କରି ଏଭଳି କହିଛନ୍ତି ଭର୍ଗାଭା।

ଆହୁରି ପଢ଼ନ୍ତୁ

କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୫% ରୋଗୀଙ୍କୁ ଏବେ ସହାୟତା ଚିକିତ୍ସା ଦିଆଯାଉଛି କେତେକ କ୍ଷେତ୍ରରେ ନୂଆ ଔଷଧ ମଧ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି। ଏଯାବତ ଆଇସିଏମଆର ୧୫,୦୦୦-୧୭,୦୦୦ ପରୀକ୍ଷା କରିଥିବା ସେ କହିଛନ୍ତି।

ସେ କହିଛନ୍ତି, ‘ଆମେ ଏପର୍ଯ୍ୟନ୍ତ ୧୫,୦୦୦-୧୭,୦୦୦ ପରୀକ୍ଷା କରିଛୁ। ପ୍ରତିଦିନ ୧୦,୦୦୦ ପରୀକ୍ଷା କରିବାର କ୍ଷମତା ଅଛି। ଆଗାମୀ ସପ୍ତାହରେ ୫୦,୦୦୦-୭୦,୦୦୦ ପରୀକ୍ଷା କରିହେବ’।
କରୋନା ଭାଇରସକୁ କିଲ୍ କରିବା ପାଇଁ ଏହି ଭାଇରସ ବାୟୁମଣ୍ଡଳରେ ନାହିଁ। ହେଲ ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ କାଶ, ଛିଙ୍କରେ ଥିବା ପାଣି ବନ୍ଦାରେ ରହିଛି ବୋଲି ସେ କହିଛନ୍ତି।



[ad_2]

Show More
Back to top button