ରାଜ୍ୟ

୮ଟାରୁ ୨ଟା ପର୍ଯ୍ୟନ୍ତ ଖୋଲିବ ବ୍ୟାଙ୍କ

ଭୁବନେଶ୍ୱର(ସତ୍ୟଶିଖା): କରୋନା ସଂକ୍ରମଣ ରୋକିବା ପାଇଁ ଏବେ ଦେଶବ୍ୟାପୀ ଲକଡାଉନ୍ ଥିବାବେଳେ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର ସମସ୍ତ କାର୍ଯ୍ୟାଳୟ ଓ ବ୍ୟାଙ୍କଗୁଡ଼ିକୁ ସକାଳୁଆ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଗ୍ରାହକଙ୍କ ସ୍ୱାର୍ଥ ପାଇଁ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ଅବଧି ସକାଳୁଆ କରିବାର ଆବଶ୍ୟକତା ଦେଖାଦେଇଛି। ତେଣୁ କଟକ, ପୁରୀ, ଛତ୍ରପୁର, ବ୍ରହ୍ମପୁର, କେରାପୁଟ ଓ ଭୁବନେଶ୍ୱର ସହରକୁ ଛାଡ଼ି ଅନ୍ୟ ସମସ୍ତ ଅଞ୍ଚଳରେ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ। ଲକଡାଉନ୍ ଅବଧି ସରିବା ପର୍ଯ୍ୟନ୍ତ ସକାଳ ୮ଟାରୁ ୧ଟା ପର୍ଯ୍ୟନ୍ତ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଖୋଲା ରହିବ। ତେବେ ଏହି ଅବଧି ମଧ୍ୟରେ ସମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ।

ସେହିପରି ଉପରୋକ୍ତ ସ୍ଥାନଗୁଡ଼ିକ ବାଦ୍ ଦେଲେ ଅନ୍ୟ ସ୍ଥାନରେ ରାଜ୍ୟ ସରକାରଙ୍କ ଅଫିସଗୁଡ଼ିକ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ।

[ad_2]
Show More
Back to top button