କେବଳ ଖାଲି ନାମରେ ହିଁ ପରିବର୍ତନ ନା ସମସ୍ୟାରେ ଆସିଛି କିଛି ପରିବର୍ତନ ? କେତେଦୂର କାର୍ଯ୍ୟକାରୀ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ?


ସତ୍ୟଶିଖା ( ମାଲକାନଗିରି ) ସ୍ମୃତି ରଞ୍ଜନ ନାୟକ ୨୬.୦୭.୨୦୨୦ : ଆଜିକି ୨ ବର୍ଷ ରେ ପାଦ ଥାପିଲା ଗୁରୁପ୍ରିୟା ସେତୁ । ବିଛିନ୍ନ ଅଞ୍ଚଳ ରୁ ସ୍ବାଭିମାନ ଅଞ୍ଚଳର ମାନ୍ୟତା ପାଇ ଲାଇଫ ଲାଇନରେ ରହି ଆସିଥିବା ଗୁରୁପ୍ରିୟା ସେତୁକୁ ପୁରିଛି ଦୁଇ ବର୍ଷ । ଦୁଇ ବର୍ଷ ମଧ୍ୟରେ ସ୍ବାଭିମାନ ଅଞ୍ଚଳରେ ସେତେଟା ଉନ୍ନତି ହୋଇନଥିଲେ ମଧ୍ୟ କିଛି ପଞ୍ଚାୟତ ସଦର ମହକୁମାକୁ ସଂଯୋଗୀକରଣ ହୋଇପାରିଛି । କିନ୍ତୁ ଏବେ ବି ଅନେକ ଅଞ୍ଚଳ ଅପହଞ୍ଚ ଥିବା ବେଳେ ଲୋକଙ୍କ ପାଖରେ ପହଞ୍ଚିପାରିନି ମୌଳିକ ସୁବିଧା ।
ତା ୨୬.୦୬.୨୦୧୮ ସେତୁ ଉଦଘାଟନୀ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଛିନ୍ନ ଅଞ୍ଚଳର ଅନ୍ତର୍ନିହିତ କାର୍ଯ୍ୟ ପାଇଁ ଏହାର ଉନ୍ନତି ସାଧନା ନିମନ୍ତେ ୧୦୦ ( ଏକଶହ କୋଟି ଟଙ୍କା ) ର ପାଣ୍ଠି ଘୋଷଣା କରିଥିଲେ ହେଁ ଇତି ମଧ୍ୟରେ ବିତିଯାଇଛି ଦୁଇ ବର୍ଷ l ଏହି ଦୁଇ ବର୍ଷ ମଧ୍ୟରେ ଏହି ଟଙ୍କାର କେତେ ପରିମାଣର ଯେ ବିକାଶ ହୋଇଛି ତାହା ସ୍ପଷ୍ଟ ପରିଲକ୍ଷିତ ହୋଇପାରି ନାହିଁ l
କିନ୍ତୁ ଲାଲଗଡ ଭାବେ ପରିଚିତି ସ୍ବାଭିମାନ ଅଞ୍ଚଳ ଗୁରୁପ୍ରିୟା ସେତୁ ପରେ ତିନୋଟି ନୂତନ କ୍ୟାମ୍ପ ପ୍ରତିଷ୍ଠା ହେବା ସହ ଗୋଟିଏ ମୋଡେଲ ପୋଲିସ ଷ୍ଟେସନ ମଧ୍ୟ ସ୍ଥାପନ କରିଛି ପୋଲିସ ବିଭାଗ । ଲାଲ ବାହିନୀକୁ ମାତ ଦେଇ ସ୍ବାଭିମାନ ଅଞ୍ଚଳରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡାଇଛି ମାଲକାନଗିରି ପୋଲିସ । ଯେହେତୁ ଲାଲ ବାହିନୀର ଦବଦବା ଏହି ଅଞ୍ଚଳ ରେ ସବୁବେଳେ ରହି ଆସୁଥିବା ହେତୁ ଧିରେ ଧିରେ ଏହାର ସମସ୍ତ ସମାଧାନ କରାଯିବ ବୋଲି ଏସପି କହିଛନ୍ତି l ସେହି ଅଞ୍ଚଳରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଆସୁଛି ଓ ଏହା ଛଡା ଆସନ୍ତା ୨୦୨୩ ମସିହା ପୂର୍ବରୁ ସ୍ବାଭିମାନ ଅଞ୍ଚଳ ସମସ୍ତ ଅଞ୍ଚଳକୁ ବିକାଶ ପହଞ୍ଚିଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସୂଚନା ଥାଉ କି ଏଠାରେ ଅଳ୍ପ କିଛି ଗାଁକୁ ପିଚୁ ରାସ୍ତା ହୋଇଥିବା ବେଳେ ଅନ୍ୟ କିଛି ପଞ୍ଚାୟତ ସଦର ମହକୁମାକୁ ମାଟି ରାସ୍ତା ସଂଯୋଗ କରିଛି ଜିଲ୍ଲା ପ୍ରଶାସନ ।ଏବେ ବି ଅନେକ ଅଞ୍ଚଳ ପୂର୍ବପରି ଅପହଞ୍ଚ ହୋଇ ରହିଛି । ଜିଲ୍ଲାପାଳ କହିଛନ୍ତି ଗୁରୁପ୍ରିୟା ସେତୁ ହେବା ପରେ ସମସ୍ତ ପଞ୍ଚାୟତ ସଦର ମହକୁମାକୁ ରାସ୍ତା ଯୋଗେ ସଂଯୋଗୀକରଣ କରାଯାଇଛି । ୩୫୦ଟି ନଳକୂପ ଖୋଳିବା ସହ ପ୍ରତ୍ୟେକ ବର୍ଷ ଏକ କୋଟି ମାଛ ଯାଆଁଳା ଜଳଭଣ୍ଡାରରେ ଛଡାଯାଉଛି । ସେହି ଅଂଚଳର ଲୋକଙ୍କ ବଞ୍ଚିବା ଶୈଳୀ କିଭଳି ପରିବର୍ତ୍ତନ ହେବ ଏଥି ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ଏହାସହ ଜଳସେଚନ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ କରାଯାଉଛି । କିନ୍ତୁ ଦେଖିବାକୁ ରହିଲା କେତେଦୂର ପ୍ରଶାସନ ନିଜ କଥାର ସପକ୍ଷରେ ବଢ଼ି ପାରୁଛି l ଆଉ କେତେ ଶୀଘ୍ର ବିଛିର୍ନାଞ୍ଚଳର ସମସ୍ତେ ସବୁପ୍ରକାର ସୁବିଧା ନିମିଷକେ ପାଇ ପାରୁଛନ୍ତି l