ଦେଶନ୍ୟୁଜ୍ରାଜନୀତିରାଜ୍ୟସ୍ପେଶାଲ୍ ରିପୋର୍ଟ

ଭାରତର ଉତ୍ତର ସୀମାରେ ୬୦ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି ଚୀନ୍ : ଆମେରିକୀୟ ବୈଦେଶିକ ସଚିବ

ସତ୍ୟଶିଖା (ଓ୍ବାଶିଂଟନ୍) ୧୦.୧୦.୨୦୨୦ : ଏଲଏସିରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଲାଗିରହିଛି । ସୀମାରେ ଉତ୍ତେଜନା ମଧ୍ୟରେ ଏଲଏସିରେ ୬୦,୦୦୦ରୁ ଅଧିକ ସୈନିକ ମୁତୟନ କରିଛି ଚୀନ୍ । ଏ ନେଇ ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ସୂଚନା ଦେଇଛନ୍ତି । ସେ ଚୀନ୍ ର ଖରାପ ମନୋଭାବ ଏବଂ ଏକ କ୍ବାର୍ଡ ଦେଶ ପାଇଁ ଚେତାବନୀ ସୃଷ୍ଟି କରୁଥିବାରୁ ତାହାକୁ ଟାର୍ଗେଟ୍ କରିଛନ୍ତି । କ୍ବାର୍ଡ ସମୂହରେ ଆମେରିକା, ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆ ସାମିଲ ଅଛନ୍ତି । କ୍ବାର୍ଡ ଦେଶର ବୈଦେଶିକ ସଚିବମାନେ ମଙ୍ଗଳବାର ଦିନ ଟୋକିଓରେ ସାକ୍ଷାତ ଆଲୋଚନା କରିଥିଲେ । କରୋନା ଭାଇରସ୍ ମହାମାରୀ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ସାକ୍ଷାତ ଆଲୋଚନା ।ହିନ୍ଦ-ପ୍ରଶାନ୍ତ, ଦକ୍ଷିଣ ଚୀନ୍ ସାଗର ଏବଂ ପୂର୍ବ ଲଦାଖରେ ଏଲଏସିରେ ଚୀନ୍ ର ଆକ୍ରାମକ ସୈନ୍ୟ ମୁତୟନ ହେବା ପରେ ଜାପାନର ରାଜଧାନୀ ଟୋକିଓରେ ୪ଟି ଦେଶ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଟୋକିଓରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅଂଶଗ୍ରହଣ କରି ଫେରିଥିବା ଆମେରିକୀୟ ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଶୁକ୍ରବାର ଦିନ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଭାରତୀୟ ନିଜ ଉତ୍ତର ସୀମାରେ ୬୦,୦୦୦ ଚୀନ୍ ସୈନିକଙ୍କ ଉପସ୍ଥିତିକୁ ଦେଖୁଛନ୍ତି ।ସେ ଆହୁରି କହିଛନ୍ତି, ସେ ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନର ନିଜ ସମକକ୍ଷ ବୈଦେଶିକ ସଚିବମାନଙ୍କ ସହ ବୈଠକ କରିଛନ୍ତି । ଏହା ଏକ ଫର୍ମାଟ୍, ଯାହାକୁ ଆମେ କ୍ବାର୍ଡ କହୁଛୁ । ୪ଟି ବଡ ଗଣତାନ୍ତ୍ରିକ ରାଷ୍ଟ୍ର, ୪ଟି ଶକ୍ତିଶାଳୀ ଅର୍ଥନୀତି, ୪ ଦେଶ ଯେଉଁମାନଙ୍କର ପ୍ରକୃତ ଚିନ୍ତା ହେଉଛି ଚୀନ୍ କମ୍ୟୁନିଷ୍ଟ ପାର୍ଟି ଦ୍ବାରା ସୃଷ୍ଟି ହୋଇଥିବା ବିପଦ ସହ ଜଡିତ ।

Show More
Back to top button